ଓଡିଶା

odisha

ETV Bharat / state

ଆମ୍ବ ଗୋଟାଇବା ହେଲା କାଳ, ଗଛ ପଡି ନାବାଳିକା ମୃତ ସହ 6 ଆହତ

ପୁଣି ଜୀବନ ନେଲା କାଳବୈଶାଖୀ । କାଳବୈଶାଖୀ ତାଣ୍ଡବ ଯୋଗୁଁ ଜଣେ ନାବାଳିକାର ମୃତ୍ୟୁ ହୋଇଥିବା ବେଳେ 6 ଜଣ ଆହତ ହୋଇଛନ୍ତି । କଳାହାଣ୍ଡି ଜିଲ୍ଲା ଗୋଳମୁଠା ଥାନା ଅଧିନସ୍ଥ ଘୋଟିଆ ଗାଁ ଘଟିଛି ଏହି ଦୁଃଖଦ ଘଟଣା ।

By

Published : May 26, 2019, 9:19 PM IST

Updated : May 26, 2019, 11:23 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

କଳାହାଣ୍ଡି: ଜିଲ୍ଲାର ଗୋଳମୁଠା ଥାନା ଅଧିନସ୍ଥ ଘୋଟିଆ ଗାଁରେ କାଳବୈଶାଖୀ ତାଣ୍ଡବ । ଏହି ତାଣ୍ଡବରେ ଜଣେ ନାବାଳିକାର ମୃତ୍ୟୁ ହୋଇଥିବେ ବେଳେ 6 ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି । ଆମ୍ବ ଗୋଟାଉ ଥିବା ବେଳେ ଗଛ ପଡ଼ିବାରୁ ଜଣେ ନାବାଳିକାର ମୃତ୍ୟୁ ହେବା ସହ 6ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଧର୍ମଗଡ ଓ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ମୃତ ନାବାଳିକା ହେଲେ କମଳି ରଣା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

ସୂଚନା ଅନୁଯାୟୀ, ରବିବାର ସନ୍ଧ୍ୟା ସମୟରେ କୁଆ ପଥର ବର୍ଷା ସହ ପବନ ବୋହିଥିଲା । ଫଳରେ ଆମ୍ବ ଗୋଟାଇବାକୁ ଯାଇଥିବା ସମସ୍ତଙ୍କ ଉପରେ ଗଛ ପଡିଯାଇଥିଲା । ଘଟଣାସ୍ଥଳରେ ହିଁ ନାବାଳିକାର ମୃତ୍ୟୁ ହୋଇଥିଲା । ଅନ୍ୟମାନଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ପାଇ ଗୋଲମୁଠା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।


କଳାହାଣ୍ଡିରୁ ଅଜିତ୍‌ ସିଂ, ଇଟିଭି ଭାରତ

Last Updated : May 26, 2019, 11:23 PM IST

ABOUT THE AUTHOR

...view details