ଓଡିଶା

odisha

ETV Bharat / state

ପୁଅକୁ ମେଡ଼ିକାଲ ନେବା ବେଳେ ବାଇକ ଦୁର୍ଘଟଣା, ଚାଲିଗଲା ବାପାଙ୍କ ଜୀବନ, ପୁଅ ଗୁରୁତର

କଳାହାଣ୍ଡିର ବିଜମରା ଛକ ନିକଟରେ ସଡକ ଦୁର୍ଘଟଣା । ପୁଅକୁ ନେଇ ହସ୍ପିଟାଲ ଯାଉଥିବା ବେଳେ ସଡକ ଦୁର୍ଘଟଣାରେ ଚାଲିଗଲା ବାପାର ଜୀବନ । ଅଧିକ ପଢନ୍ତୁ

ଦୁଇ ବାଇକ ମୁହାଁମୁହିଁ ଧକ୍କା
ଦୁଇ ବାଇକ ମୁହାଁମୁହିଁ ଧକ୍କା

By

Published : Oct 26, 2022, 10:18 PM IST

ଭବାନୀପାଟଣା: ରାସ୍ତା ମଝିରେ ଜଗି ବସିଥିଲା ମୃତ୍ୟୁ । ପୁଅକୁ ନେଇ ହସ୍ପିଟାଲ ଯାଉଥିବା ବେଳେ ସଡକ ଦୁର୍ଘଟଣାରେ ଚାଲିଗଲା ବାପାର ଜୀବନ । ଏଭଳି ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ଦୁଲକୀବନ୍ଧ ଗ୍ରାମରୁ । ମୃତକ ହେଲେ ଟିଲ ରାଉତ । ବାପାର ମୃତ୍ୟୁ ହୋଇଥିବା ବେଳେ ପୁଅକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଦୁଇ ବାଇକ ମୁହାଁମୁହିଁ ଧକ୍କା

ଏହା ମଧ୍ୟ ପଢନ୍ତୁ:BJP delegation Meet ECI : ଟଙ୍କା ଦେଇ ଭୋଟରଙ୍କୁ ପ୍ରଭାବିତ କରୁଛି ବିଜେଡି: ଧର୍ମେନ୍ଦ୍ର ପ୍ରଧାନ

ସୂଚନାଅନୁସାରେ, କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ଦୁଲକୀବନ୍ଧ ଗାଁର ଟିଲ ରାଉତ ତାଙ୍କର ୫ ବର୍ଷ ପୁଅକୁ ଜ୍ୱର ହେବାରୁ ନିକଟରେ ଥିବା ଜୟପାଟଣା ମେଡ଼ିକାଲ ନେଇ ଯାଇଥିଲେ । ବାଇକରେ ପୁଅକୁ ବସାଇ ଯାଉଥିବା ସମୟରେ ବିଜମରା ଛକ ନିକଟରେ ସାମ୍ନାପଟୁ ଦ୍ରୁତ ଗତିରେ ଆସୁଥିବା ଏକ ବାଇକ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ବାପା ଟିଲ ରାଉତଙ୍କ ମୃତ୍ୟ ହୋଇଥିବା ବେଳେ ପୁଅ ଗୁରୁତର ହୋଇଥିବା ଜଣାପଡିଛି। ସ୍ଥାନୀୟଲୋକେ ଗୁରୁତରଙ୍କୁ ଉଦ୍ଧାର କରି ପ୍ରଥମେ ଜୟପାଟଣା ଓ ପରେ ଜିଲ୍ଲା ମୂଖ୍ୟ ଚିକିତ୍ସାଲୟରେ ଭର୍ତ୍ତି କରିଛନ୍ତି ।

ତେବେ ଶିଶୁଟିର ଅବସ୍ଥା ସଙ୍କଟାପନ୍ନ ରହିଥିବା ବେଳେ ଦୁର୍ଘଟଣା ଘଟାଇ ଥିବା ଅନ୍ୟ ଜଣେ ବାଇକ ଆରୋହୀଙ୍କ ଅବସ୍ଥା ମଧ୍ୟ ଗୁରୁତର ରହିଥିବା ଜଣାପଡିଛି।ଖବରପାଇ ଜୟପାଟଣା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଥିବା ବେଳେ ଏଭଳି ଏକ ଘଟଣା ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି।

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details