ଓଡିଶା

odisha

ନିୟମଗିରିକୁ ପଶିଲା କୋରୋନା, ଗାଁର ଆଦିମ ଜନଜାତିଙ୍କ ମଧ୍ୟରୁ ୩ ପଜିଟିଭ ଚିହ୍ନଟ

ଜନଜାତିଙ୍କ ଠାରେ ପ୍ରଥମ ଥର ପାଇଁ ପଜିଟିଭ ଚିହ୍ନଟ । ଶତାଧିକ ଆଦିମ ଜନଜାତି ପରିବାରଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଔଷଧ ବଣ୍ଟନ ଓ କୋରୋନା ସମ୍ପର୍କରେ କରାଯାଇଛି ସଚେତନ । ଅଧିକ ପଢନ୍ତୁ...

By

Published : May 24, 2021, 8:29 PM IST

Published : May 24, 2021, 8:29 PM IST

ନିୟମଗିରି କୁ ପଶିଲା କୋରୋନା, ଗାଁର ଆଦିମ ଜନଜାତିଙ୍କ ମଧ୍ୟରୁ ୩ ପଜିଟିଭ ଚିହ୍ନଟ
ନିୟମଗିରି କୁ ପଶିଲା କୋରୋନା, ଗାଁର ଆଦିମ ଜନଜାତିଙ୍କ ମଧ୍ୟରୁ ୩ ପଜିଟିଭ ଚିହ୍ନଟ

ଭବାନୀପାଟଣା: କଳାହାଣ୍ଡି ରାୟଗଡା ଜିଲ୍ଲା ସୀମାନ୍ତ ନିୟମଗିରି ପର୍ବତରେ ବସବାସ କରୁଥିବା ଆଦିମ ଜନଜାତିଙ୍କ ମଧ୍ୟରେ ପ୍ରଥମ ଥର ଚିହ୍ନଟ ହୋଇଛି କୋରୋନା । ଗତକାଲି ସନ୍ଧ୍ୟାରେ ଲାଞ୍ଜିଗଡ଼ ବ୍ଲକ ତ୍ରିଲୋଚନପୁର ପଞ୍ଚାୟତ ଆମଠାପଦର ଗାଁରେ ତିନି ଜଣ ବ୍ୟକ୍ତି କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଲାଞ୍ଜିଗଡ଼ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏଥି ମଧ୍ୟରୁ ଜଣେ ବୟସ୍କ ବ୍ୟକ୍ତି, ଜଣେ ଯୁବକ ଓ ଗୋଟିଏ ଚାରି ବର୍ଷର ଶିଶୁଙ୍କଠାରେ କୋରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାପଡ଼ିଛି ।

ନିୟମଗିରି କୁ ପଶିଲା କୋରୋନା, ଗାଁର ଆଦିମ ଜନଜାତିଙ୍କ ମଧ୍ୟରୁ ୩ ପଜିଟିଭ ଚିହ୍ନଟ

ଗତକାଲି ସନ୍ଧ୍ୟାରେ ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍ ଆମଠାପଦର ଗାଁକୁ ଯାଇ ଲକ୍ଷଣ ଥିବା ଲୋକଙ୍କ ଆଣ୍ଟିଜେନ୍ କିଟ୍ ସାହାଯ୍ୟରେ ପରୀକ୍ଷା କରିଥିଲେ । ସେଥିମଧ୍ୟରୁ ତିନିଜଣ କରୋନା ପଜିଟିଭ୍ ଚିହ୍ନଟ ପରେ ଲାଞ୍ଜିଗଡ଼ ମେଡ଼ିକାଲ ଅଫିସର ଭବାନୀଶଙ୍କର ଲେଙ୍କାଙ୍କ ନେତୃତ୍ୱରେ ଡା. ନରେନ୍ଦ୍ର ଦାସଙ୍କ ସହିତ ଏକ ସ୍ୱାସ୍ଥ୍ୟ ଟିମ୍ ଆମଠାପଦର ଗାଁରେ ପହଞ୍ଚି ତିନିଜଣ ଆକ୍ରାନ୍ତଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେଇଥିଲେ । ବର୍ତ୍ତମାନ ତିନିଜଣ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜଣାପଡ଼ିଛି ।

ଜିଲ୍ଲାର ନିୟମଗିରି ପାହାଡ ତଥା ଚାରିପାର୍ଶ୍ବରେ ବସବାସ କରୁଥିବା ଆଦିମ ଜନଜାତିଙ୍କଠାରେ କୋରୋନା ପଜିଟିଭ୍ ଥିବା ଜଣା ପଡିଥିଲା । ଏହାକୁ ଦୃଷ୍ଟିରେ ରଖି କଳାହାଣ୍ଡି ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ କ୍ରମେ ଲାଞ୍ଜିଗଡ଼ ବ୍ଲକ ପ୍ରଶାସନ ପକ୍ଷରୁ ଲାଞ୍ଜିଗଡ଼ ବ୍ଲକର ଆଦିମ ଜନଜାତିଙ୍କ ସୁରକ୍ଷା ପାଇଁ ଗତ ବୁଧବାର ୧୯ ତାରିଖ ଦିନ ଠାରୁ ଆରମ୍ଭ ହୋଇଥିଲା ଡୋର ଟୁ ଡୋର ସର୍ଭେ ।

ପ୍ରଥମେ ଲାଞ୍ଜିଗଡ଼ ବ୍ଲକ ନିୟମଗିରି ପାହାଡର ପାଦ ଦେଶରେ ଥିବା ତ୍ରିଲୋଚନପୁର ପଞ୍ଚାୟତର ଫୁଲଡୁମେର ଓ ଖେମୁଣ୍ଡିପଦର ଗାଁର ଶତାଧିକ ଆଦିମ ଜନଜାତି ପରିବାରଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହିତ ସେମାନଙ୍କୁ ଔଷଧ ବଣ୍ଟନ କରିବା ସହ କୋରୋନା ସମ୍ପର୍କରେ ସଚେତନତା କରାଯାଇଥିଲା । ତ୍ରିଲୋଚନପୁର ପଞ୍ଚାୟତ ସମେତ ଲାଞ୍ଜିଗଡ଼, ଜଗନ୍ନାଥପୁର ଓ ବସନ୍ତପଡା ପଞ୍ଚାୟତର ୨୧ ଗୋଟି ଗାଁର ଏହି ଆଦିମ ଜନଜାତି ସମ୍ପ୍ରଦାୟର ପରିବାର ବର୍ଗଙ୍କୁ ଡୋର ଟୁ ଡୋର ସର୍ଭେ କରି ସଚେତନତା କରାଯାଇଥିଲା । ତେବେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଆମଠାପଦର ଗାଁକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିବା ସହ ଡୋରଟୁ ଡୋର ସର୍ଭେ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଛି ପ୍ରଶାସନ ।

କଳାହାଣ୍ଡିରୁ ଅଜିତ୍ କୁମାର ସିଂ, ଇଟିଭି ଭାରତ

ABOUT THE AUTHOR

...view details