ଓଡିଶା

odisha

ETV Bharat / state

ଆଜିଠୁ ନବମ ଶ୍ରେଣୀ ପାଠପଢା ଆରମ୍ଭ, ଦିନକୁ 2 ଘଣ୍ଟା କ୍ଲାସ - ମାଣିକେଶ୍ବରୀ ଉଚ୍ଚ ବିଦ୍ୟାଳୟ

ଶିକ୍ଷା ବିଭାଗର ନିଷ୍ପତ୍ତି ଅନୁସାରେ ଆଜିଠୁ ସ୍କୁଲରେ ରାଜ୍ୟରେ ଆରମ୍ଭ ହୋଇଛି ନବମ ଶ୍ରେଣୀ ପିଲାଙ୍କ ପାଠପଢା । ଦିନକୁ ଦୁଇ ଘଣ୍ଟା ହେବ କ୍ଲାସ । ଅଧିକ ପଢନ୍ତୁ...

ଆରମ୍ଭ ହେଲା ନବମ ଶ୍ରୀଣୀ ପାଠପଢା
ଆରମ୍ଭ ହେଲା ନବମ ଶ୍ରୀଣୀ ପାଠପଢା

By

Published : Feb 8, 2021, 2:38 PM IST

ଭବାନୀପାଟଣା: କୋରୋନା କାଳରୁ ରାଜ୍ୟରେ ପ୍ରାୟ ଦଶମାସ ହେବ ବନ୍ଦ ରହିଥିଲା ସମସ୍ତ ସ୍କୁଲ । କୋରୋନା ସ୍ଥିତିରେ ସୁଧାର ଆସିବାରୁ ରାଜ୍ୟରେ ସ୍କୁଲ ଖୋଲିବାରୁ ନିଷ୍ପତ୍ତି ହୋଇଥିଲା । ଆଜିଠୁ ନବମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲରେ ପାଠପଢା ଆରମ୍ଭ ହୋଇଛି।

ଆରମ୍ଭ ହେଲା ନବମ ଶ୍ରୀଣୀ ପାଠପଢା

ନିଷ୍ପତ୍ତି ଅନୁସାରେ ଜିଲ୍ଲାର ସମସ୍ତ ସ୍କୁଲରେ ନବମ ଶ୍ରେଣୀ ପିଲାଙ୍କ ପାଇଁ ପାଠପଢା ଆରମ୍ଭ ହୋଇଛି । କଳାହାଣ୍ଡିର ମାଣିକେଶ୍ବରୀ ଉଚ୍ଚ ବିଦ୍ୟାଳୟରେ ମଧ୍ୟ ନବମ ଶ୍ରେଣୀ ପିଲାଙ୍କ ପାଠପଢା ଆରମ୍ଭ ହୋଇଛି। କୋଭିଡ ନିୟମ ଅନୁଯାୟୀ ସକାଳ ୮ ଘଟିକାରୁ ଆରମ୍ଭ ହୋଇଛି ପାଠପଢା । କେବଳ ଦୁଇଘଣ୍ଟା ପାଠପଢା ଯିବାକୁ ନିଷ୍ପତ୍ତି ହୋଇଛି । ଏଥିପାଇଁ ଜିଲ୍ଲାର ସମସ୍ତ ସ୍କୁଲକୁ ପ୍ରସ୍ତୁତ କରାଯାଇଥିଲା।

ସ୍କୁଲ କ୍ୟାମ୍ପସକୁ ସାନିଟାଇଜ କରାଯିବା ସହ ଛାତ୍ରଛାତ୍ରୀଙ୍କୁ ମାକ୍ସ ବାଧ୍ୟତାମୂଳକ କରାଯାଇଛି। ପୂର୍ବରୁ ଜାନୁଆରୀ 8ରେ କେବଳ ଦଶମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲାଯାଇଛି । ଆଜିଠାରୁ ନବମ ଶ୍ରେଣୀ ପାଠପଢା ଆରମ୍ଭ ହୋଇ ଏପ୍ରିଲ ୩୦ରେ ଶେଷ ହେବ। ମାର୍ଚ୍ଚମାସ ସୁଦ୍ଧା ସବୁ ବିଷୟର ୟୁନିଟିକୁ ଶେଷ କରିବାର ଲକ୍ଷ୍ୟ ରଖାଯାଇଛି । ଏପ୍ରିଲ ଶେଷ ସୁଦ୍ଧା ବାର୍ଷିକ ପରୀକ୍ଷା କରାଯିବା ନେଇ ସୂଚନା ମିଳିଛି।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ABOUT THE AUTHOR

...view details