ଓଡିଶା

odisha

ETV Bharat / state

ମାଉସୀ ଘରୁ ଝିଆରୀର ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ଭଇଁରିଗୁଡା ଗାଁରେ ନିଜ ମାଉସୀ ଘରେ ରହୁଥିବା ଝିଆରୀର ଝୁଲନ୍ତା ମୃତଦେହ ଉଦ୍ଧାର କରିଛି । ତେବେ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି ।

By

Published : Sep 15, 2019, 11:15 PM IST

ଫଟୋ ସୌଜନ୍ୟ :ସମ୍ବାଦଦାତା, କଳାହାଣ୍ଡି

କଳାହାଣ୍ଡି: ମାଉସୀ ଘରୁ ଝିଆରୀର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ଭଇଁରିଗୁଡା ଗାଁରେ । ଉକ୍ତ ଘଟଣାକୁ ନେଇ ସାରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ମୃତକ ହେଲେ ଜୁନାଗଡ଼ ମଦଭାଟି ପଡାର କପୁରଚନ ବେଶ୍ରାଙ୍କ 16 ବର୍ଷୀୟ ଝିଅ ବବି ବେଶ୍ରା ।

ଭିଡିଓ ସୌଜନ୍ୟ :ସମ୍ବାଦଦାତା, କଳାହାଣ୍ଡି

ଗତ 3 ମାସ ଧରି ବବି ଭଇଁରିଗୁଡା ଗ୍ରାମରେ ଥିବା ନିଜ ମଉସା ଜଳନ୍ଧର ଦୁର୍ଗା ଓ ମାଉସୀ ରାହାସ ଦୁର୍ଗାଙ୍କ ଘରେ ରହୁଥିଲେ । ଅପରାହ୍ନରେ ପରିବାର ଲୋକେ ଘରୁ ଆସିବା ପରେ ବିବି ଆତ୍ମହତ୍ୟା କରିଥିବା ଦେଖିବାକୁ ପାଇଥିଲେ । ପରେ ଝିଅର ପରିବାରକୁ ଖବର ଦେବା ସହିତ ଜୁନାଗଡ଼ ଥାନାରେ ଆତ୍ମହତ୍ୟା କରିଥିବା ନେଇ ଅଭିଯୋଗ କରିଥିଲେ ।

ଖବର ପାଇ ଘଟଣାସ୍ଥଳରେ ଜୁନାଗଡ଼ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଘରେ କେହି ନଥିବାବେଳେ ବବି ବେକରେ ଓଢ଼ଣୀ ଦେଇ ଆତ୍ମହତ୍ୟା କରିଛି । ତେବେ ଆତ୍ମହତ୍ୟାର କାରଣ ଜଣାପଡିନାହିଁ ।

କଳାହାଣ୍ଡିରୁ ଅଜିତ୍ ସିଂ, ଇଟିଭି ଭାରତ

ABOUT THE AUTHOR

...view details