ଓଡିଶା

odisha

ETV Bharat / state

ଦୁର୍ଗମ ଅଞ୍ଚଳରେ ଜଳିଲା ବିଜୁଳି, ଅଡ୍ରୀ ସବ୍ ଷ୍ଟେସନ ଉଦଘାଟନ କଲେ ଶକ୍ତି ମନ୍ତ୍ରୀ

ଶକ୍ତିମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଅଡ୍ରିଠାରେ ଓସ୍କୋର ନବ ନିର୍ମିତ ବିଦ୍ୟୁତ ସବଷ୍ଟେସନକୁ ଲୋକାର୍ପଣ କରିଛନ୍ତି। ଫଳରେ ବିଜୁଳି ଦେଖିବାର ସୌଭାଗ୍ୟ ଅର୍ଜନ କରିଛନ୍ତି ପୋଡାପଦର ପଞ୍ଚାୟତବାସୀ ।

By

Published : Dec 5, 2019, 7:07 AM IST

ଦୁର୍ଗମ ଅଞ୍ଚଳରେ ଜଳିଲା ବିଜୁଳି
ଦୁର୍ଗମ ଅଞ୍ଚଳରେ ଜଳିଲା ବିଜୁଳି

କଳାହାଣ୍ଡି: ଥୁଆମୂଳ ରାମପୁର ବ୍ଲକ ଅଡ୍ରୀଠାରେ ଲୋକାର୍ପଣ ହୋଇଯାଇଛି ଓସ୍କୋର ନବ ନିର୍ମିତ ବିଦ୍ୟୁତ ସବଷ୍ଟେସନ। ଏହାପରେ ବ୍ଲକର ଅଡ୍ରୀ, ଗୋପିନାଥପୁର, ମାଳିଗାଁ ଗ୍ରାମ ପଞ୍ଚାୟତର ସମସ୍ତ ଗ୍ରାମକୁ ବିଜୁଳି ଆଲୁଅ ଦେଖିବାର ସୌଭାଗ୍ୟ ମିଳିବ ଓ ଇନ୍ଦ୍ରାବତୀ ଜଳବନ୍ଦୀରେ ଥିବା ପୋଡାପଦର ଗ୍ରାମପଞ୍ଚାୟତର ଅନେକ ଗ୍ରାମକୁ ମଧ୍ୟ ବିଜୁଳି ସୁବିଧା ମିଳିପାରିବ ।

ଦୁର୍ଗମ ଅଞ୍ଚଳରେ ଜଳିଲା ବିଜୁଳି, ଅଡ୍ରୀ ସବ୍ ଷ୍ଟେସନ ଉଦଘାଟନ କଲେ ଶକ୍ତି ମନ୍ତ୍ରୀ

ଶକ୍ତିମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଓ ଲାଞ୍ଜିଗଡ ବିଧାୟକ ପ୍ରଦୀପ ଦିଶାରୀ, ଓ୍ବେସ୍କୋ ବିଭାଗର ଅଥୋରାଇଜ୍ ଅଫିସର ବୁର୍ଲା ଇଂଜିନିୟର ସ୍ବରୂପ ହରିଚନ୍ଦନ, ସୁପରିଣ୍ଟେଣ୍ଡିଙ୍ଗ ଇଂଜିନିୟର ଧନଞ୍ଜୟ ରଣା, ଇଂଜିନିୟର ଦେବଦତ୍ତ ଭୋଇ ସମେତ ଅନେକ ଓ୍ବେସ୍କୋ କର୍ମଚାରୀ ଏହି ଲୋକାର୍ପଣ ଉତ୍ସବରେ ଉପସ୍ଥିତି ଥିଲେ । ଯେଉଁଥିରେ ମାଳିଗାଁ, ଦଳଗୁଡା, ଅଡ୍ରୀ ଓ ଗୋପିନାଥପୁର ୪ଟି ଫିଡର୍ ସହ ଏସବୁ ଅଞ୍ଚଳକୁ ବିଦ୍ୟୁତ ସଂଯୋଗର ବ୍ୟବସ୍ଥା କରାଯାଇଛି ।


କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ABOUT THE AUTHOR

...view details