ଭବାନୀପାଟଣା: ଉଦଘାଟିତ ହେଲା ଜାତୀୟ ନାଟକ ମହୋତ୍ସବ (National Theatre festival in Kalahandi)। କଳାହାଣ୍ଡି ଜିଲ୍ଲାରେ ଆରମ୍ଭ ହୋଇଯାଇଛି ଜାତୀୟ ନାଟ୍ୟ ମହୋତ୍ସବ । ଗତ ୨୪ ତାରିଖରୁ ଆରମ୍ଭ ହୋଇଥିବା ଏହି ବହୁଭାଷୀ ଜାତୀୟ ନାଟ୍ୟ ମହୋତ୍ସବରେ ରାଜ୍ୟ ତଥା ରାଜ୍ୟ ବାହାରର ନାଟକ ପ୍ରଦର୍ଶିତ ହେବ।
ପ୍ରଥମ ସନ୍ଧ୍ୟାରେ ଲୋକଙ୍କ ମନ ଜିଣିଛି ନାଟକ ଅକ୍ସିଜେନ। ଟଙ୍କା ମଣିଷକୁ ଅକ୍ସିଜେନ୍ ଦେଇ ପାରେନା। ମଣିଷର ଆତ୍ମା ଭିତରେ ଘର କରିସାରିଥିବା ମର ମରୀଚିକାର ଏକ ମାତ୍ର ସମାଧାନ ମାନସିକତାର ପରିବର୍ତ୍ତନ, ସବୁଜିମାର ସୃଷ୍ଟି ଓ ସଂଯୋଜନା ସଂରକ୍ଷଣ। ଏହି ଥିମ୍ ଉପରେ ନାଟକ ଅକ୍ସିଜେନ୍ ମଞ୍ଚସ୍ଥ ହୋଇଥିଲା। ନାଟ୍ୟରଶ୍ମି ପ୍ରଫୁଲ୍ଲ ରଥ ସ୍ମାରକୀ ନିମନ୍ତେ ଭବାନୀପାଟଣା ସ୍ମାରକୀ ନାଟ୍ୟ ସଂସ୍ଥା ପକ୍ଷରୁ କଳାହାଣ୍ଡି ଲେଖକ କଳା ପରିଷଦରେ ଜାତୀୟ ନାଟକ ମହୋତ୍ସବ ଉଦ୍ଘାଟିତ ହୋଇଛି।