ଓଡିଶା

odisha

ETV Bharat / state

ଦୁଇ ଶିଶୁକୁ ହତ୍ୟା କରି ମାଆର ଆତ୍ମହତ୍ୟା

କଳାହାଣ୍ଡି ଜିଲ୍ଲାରେ ଅଭାବନୀୟ ଘଟଣା । ମାଆ ନିଜ ଜନ୍ମ କଲା ଦୁଇ ଶିଶୁକୁ ଗଳା କାଟି ହତ୍ୟା କରିବା ପରେ ନିଜେ ବି ରେଳ ଧାରଣାରେ ଆତ୍ମହତ୍ୟା କରିଥିବା ଜଣାପଡିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

By

Published : Sep 9, 2019, 10:20 AM IST


କଳାହାଣ୍ଡି: ପାରିବାରିକ କଳହର କୁପରିଣତି । କ୍ରୋଧ ମଣିଷକୁ ବିନାଶ କରେ । ଆଉ ଏହାର ପରିଣାମ ସଦାବେଳେ ଭୟଙ୍କର ଆଡକୁ ଗତି କରେ । ସ୍ବାମୀର ପରକୀୟା ପ୍ରୀତି ଯୋଗୁଁ ଗଲା 3 ନୀରିହ ଜୀବନ । କ୍ରୋଧରେ ମାଆ ନିଜ ଜନ୍ମ କଲା ଦୁଇ ପୁଅକୁ ସ୍ବାମୀର ଅନୁପସ୍ଥିତରେ ଗଳା କାଟି ହତ୍ୟା କରିବା ପରେ ନିଜେ ବି ରେଳ ଧାରଣାରେ ଆତ୍ମହତ୍ୟା କରିଥିବା ଜଣାପଡିଛି । ଏଭଳି ଅଭାବନୀୟ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ସଦର ଥାନା ଅନ୍ତର୍ଗତ ସିଂଝରଣ ଗାଁରେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

ମୃତ ଦୁଇ ପୁଅ ରବିନ୍ଦ୍ର ମାଝି (4), ଦୁଷ୍ମନ୍ତ ମାଝି (6) ଓ ମୃତକ ମାଆ ହେଲେ ବିମଳା ମାଝି । ଏନେଇ ପରିବାର ବର୍ଗ ହତ୍ୟା ସନ୍ଦେହ କରୁଥିବା ବେଳେ ଭବାନୀପାଟଣା ସଦରଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ସେପଟେ ପ୍ରାଥମିକ ତଦନ୍ତ ଅନୁସାରେ ସ୍ବାମୀର ପରକୀୟା ପ୍ରୀତିକୁ ନେଇ ପୂର୍ବରୁ ଦମ୍ପତିଙ୍କ ମଧ୍ୟରେ ସଦାବେଳେ ଗଣ୍ଡଗୋଳ ଲାଗି ରହୁଥିଲା । ଏହି କାରଣରୁ ଏଭଳି ଅଭାବନୀୟ ଘଟଣା ଘଟିଥିବା ପୋଲିସ ସନ୍ଦେହ କରୁଛି ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ABOUT THE AUTHOR

...view details