ଓଡିଶା

odisha

ETV Bharat / state

କଳାହାଣ୍ଡିରେ ପୁଣି ୬୨ କୋରୋନା ଆକ୍ରାନ୍ତ ଚିହ୍ନଟ, ମୋଟସଂଖ୍ୟା ୪ ହଜାରକୁ ବୃଦ୍ଧି - କୋରୋନା ଆକ୍ରାନ୍ତ

କଳାହାଣ୍ଡି ଜିଲ୍ଲାରେ ବଢିବାରେ ଲାଗିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସୋମବାର ଜିଲ୍ଲାରେ ପୁଣି ୬୨ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୪ ହଜାରରୁ ଉର୍ଦ୍ଧ୍ବକୁ ପହଞ୍ଚିଛି । ଅଧିକ ପଢନ୍ତୁ...

more 62 corona positive identify in kalahandi
କଳାହାଣ୍ଡିରେ ପୁଣି ୬୨ କୋରୋନା ଚିହ୍ନଟ, ମୋଟ ଆକ୍ରାନ୍ତ ୪ ହଜାରକୁ ବୃଦ୍ଧି

By

Published : Oct 20, 2020, 6:52 AM IST

ଭବାନୀପାଟଣା: ରାଜ୍ୟରେ ଗୋଟିଏ ପଟେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା କିଛିଟା ନିୟନ୍ତ୍ରିତ ହୋଇଥିଲେ ବି ଏବେ ବି କିଛି ଜିଲ୍ଲାରେ ଜାରି ରହିଛି କୋରୋନା ପ୍ରକୋପ । ବିଶେଷକରି କଳାହାଣ୍ଡି ଜିଲ୍ଲାରେ ବଢିବାରେ ଲାଗିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଲୋକାଲରେ ରୋଗୀଙ୍କ ସଂଖ୍ୟା ବୃଦ୍ଧିକୁ ନେଇ ମୂଖ୍ୟତଃ ଭବାନୀପାଟଣା ସହରରେ ଗୋଷ୍ଠୀ ସଂକ୍ରମଣ ହୋଇସାରିଥିବା ବୁଦ୍ଧିଜୀବୀ କହୁଥିବା ବେଳେ ପ୍ରଶାସନ ପାଇଁ ଏହା ଏବେ ଚିନ୍ତାର କାରଣ ସାଜିଛି ।

କଳାହାଣ୍ଡିରେ ପୁଣି ୬୨ କୋରୋନା ଚିହ୍ନଟ, ମୋଟ ଆକ୍ରାନ୍ତ ୪ ହଜାରକୁ ବୃଦ୍ଧି

ସେପଟେ ସାଧାରଣ ଲୋକେ ମଧ୍ୟ ଏନେଇ ଆତଙ୍କିତ । ସୋମବାର ଜିଲ୍ଲାରେ ପୁଣି ୬୨ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୪ ହଜାରରୁ ଉର୍ଦ୍ଧ୍ବକୁ ପହଞ୍ଚିଛି ଏବଂ ଏମାନଙ୍କ ମଧ୍ୟରୁ ୩ ହଜାର ୧୪୬ ଜଣ ସୁସ୍ଥ ହୋଇଛନ୍ତି ଓ ୧ ହଜାର ୫୬୧ ଜଣ ବିଭିନ୍ନ କୋଭିଡ ହସ୍ପିଟାଲ ଓ ହୋମ ଆଇସୋଲେସନରେ ରହି ଚିକିତ୍ସିତ ହେଉଛନ୍ତି ।

ଅନ୍ୟପଟେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିକୁ ନଜରରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ବାସ୍ଥ୍ୟ କର୍ମୀମାନେ ଘରକୁ ଘର ଯାଇ କୋରୋନା ସର୍ଭେ ପ୍ରକ୍ରିୟା ଜାରି ରଖିଛନ୍ତି ।


କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ABOUT THE AUTHOR

...view details