ଓଡିଶା

odisha

କଳାହାଣ୍ଡିରୁ ପୁଣି 12 ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ଧିରେ ଧିରେ ସଂକ୍ରମଣ କମୁଥିବା ବେଳେ କଳାହାଣ୍ଡିରେ ଏବେ ବି ଜାରି ରହିଛି କୋରୋନା କାୟା । ମଙ୍ଗଳବାର ଜିଲ୍ଲାରେ ପୁଣି ୧୨ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୬ ହଜାରରୁ ଉର୍ଦ୍ଧ୍ବକୁ ପହଞ୍ଚିଛି । ଅଧିକ ପଢନ୍ତୁ...

By

Published : Dec 16, 2020, 7:52 AM IST

Published : Dec 16, 2020, 7:52 AM IST

ରାଜ୍ୟରେ ଜାରି ରହିଛି କୋରୋନା ସଙ୍କଟ, ପୁଣି 12 ଆକ୍ରାନ୍ତ ଚିହ୍ନଟ
ରାଜ୍ୟରେ ଜାରି ରହିଛି କୋରୋନା ସଙ୍କଟ, ପୁଣି 12 ଆକ୍ରାନ୍ତ ଚିହ୍ନଟ

ଭବାନୀପାଟଣା: ରାଜ୍ୟରେ ଧିରେ ଧିରେ ସଂକ୍ରମଣ କମୁଥିବା ବେଳେ କଳାହାଣ୍ଡିରେ ଏବେ ବି ଜାରି ରହିଛି କୋରୋନା କାୟା । ଲୋକାଲରେ ରୋଗୀଙ୍କ ସଂକ୍ରମଣ ସଂଖ୍ୟା ବୃଦ୍ଧି ହେଉଥିବା ବୁଦ୍ଧିଜୀବୀ କହୁଥିବା ବେଳେ ପ୍ରଶାସନ ପାଇଁ ଏହା ଏବେ ଚିନ୍ତାର କାରଣ ସାଜିଛି । ସେପଟେ ସାଧାରଣ ଲୋକେ ମଧ୍ୟ ଏନେଇ ଆତଙ୍କିତ ।

ରାଜ୍ୟରେ ଜାରି ରହିଛି କୋରୋନା ସଙ୍କଟ, ପୁଣି 12 ଆକ୍ରାନ୍ତ ଚିହ୍ନଟ

ମଙ୍ଗଳବାର ଜିଲ୍ଲାରେ ପୁଣି ୧୨ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୬ ହଜାରରୁ ଊର୍ଦ୍ଧ୍ବକୁ ପହଞ୍ଚିଛି ଏବଂ ଏମାନଙ୍କ ମଧ୍ୟରୁ ୩ ହଜାର ୧୪୬ ଜଣ ସୁସ୍ଥ ହୋଇଛନ୍ତି ଓ ୩ ହଜାର ୧୪୯ ଜଣ ଜିଲ୍ଲାର ବିଭିନ୍ନ କୋଭିଡ ହସ୍ପିଟାଲ ଓ ହୋମ ଆଇସୋଲେସନରେ ଚିକିତ୍ସାଧୀନ ଅଛନ୍ତି । ସେପଟେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିକୁ ନଜରରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ବାସ୍ଥ୍ୟକର୍ମୀମାନେ ଘରକୁ ଘର ଯାଇ କୋରୋନା ସର୍ଭେ ପ୍ରକ୍ରିୟା ଜାରି ରଖିଛନ୍ତି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ABOUT THE AUTHOR

...view details