ଭବାନୀପାଟଣା: ରାଜ୍ୟରେ ସୁଦୃଢ଼ ହେବ ମୋବାଇଲ ନେଟୱାର୍କ ସେବା । ଅପହଞ୍ଚ ଅଞ୍ଚଳକୁ ମୋବାଇଲ ସେବା ସହ ଯୋଡ଼ାଯିବ । ଗତ ଗୁରୁବାର କେନ୍ଦ୍ର ରେଳ, ସୂଚନା ଓ ପ୍ରଯୁକ୍ତି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଏନେଇ ଆଲୋଚନା କରିଛନ୍ତି ।
କଳାହାଣ୍ଡି ଜିଲ୍ଲାରେ ମୋବାଇଲ ନେଟୱାର୍କ ସେବାକୁ ନେଇ ଦୀର୍ଘ ଦିନ ହେଲା ଦାବି ହେଉଥିଲା । ଏନେଇ ଜିଲ୍ଲାର ଅପହଞ୍ଚ ଦୂରତାରେ ଥିବା ଜନସାଧାରଣଙ୍କ ସହ କେନ୍ଦ୍ରମନ୍ତ୍ରୀ ଆଲୋଚନା କରିଛନ୍ତି । ସେ କହିଛନ୍ତି ଓଡ଼ିଶାର 3933ଟି ଗାଁକୁ ମୋବାଇଲ ଟାୱାର ଯୋଗେ 4G ନେଟୱାର୍କ ମାଧ୍ୟମରେ ଯୋଡ଼ା ଯିବ ।