ଓଡିଶା

odisha

ETV Bharat / state

ଆଖି ଆଗରେ ଜଳିଗଲା ଚାଷୀର ବର୍ଷକର ଫସଲ

ଆଖି ଆଗରେ ଜଳିଗଲା ଚାଷୀର ବର୍ଷକର ଫସଲ । କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ଅଭିଯୋଗ । ଅଧିକ ପଢନ୍ତୁ...

miscaro store paddy fire in kalahandi
ଆଖି ଆଗରେ ଜଳିଗଲା ଚାଷୀର ବର୍ଷକର ଫସଲ

By

Published : Dec 22, 2020, 8:51 PM IST

ଭବାନୀପାଟଣା : ଆଖି ଆଗରେ ଜଳିଗଲା ଚାଷୀର ବର୍ଷକର ଫସଲ । କଳାହାଣ୍ଡି ଜିଲ୍ଲା ଧର୍ମଗଡ ଥାନା ବଗାଡ ଗାଁରେ ଅଘଟଣ । ଗାଁର ପଦ୍ମନ ରଣାଙ୍କ ଧାନ ଖଳାରେ ଗଚ୍ଛିତ ଥିବା ଧାନରେ କୌଣସି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ ପଦ୍ମନ ରଣା କୌଣସି କାରଣ ବଶତଃ ମଣ୍ଡିକୁ ଧାନ ନ ନେଇ ନିଜ ଖଳାରେ ରଖିଥିଲେ । ଆଜି ପ୍ରାୟ ୪ଟା ସମୟରେ କୌଣସି ଜଣେ ବ୍ୟକ୍ତି ଆସି ଧାନ ଗଦାରେ ନିଆଁ ଲଗେଇଦେଇଥିବା ଚାଷୀ ଅଭିଯୋଗ କରିଛନ୍ତି ।

ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କଲାବେଳକୁ ଚାଷୀର ବର୍ଷକର ପରିଶ୍ରମ ପୋଡି ପାଉଁଶ ହୋଇ ସାରିଥିଲା । ତେବେ କ୍ଷୟକ୍ଷତିର ଆକଳନ କରି କ୍ଷତିଗ୍ରସ୍ତ ଚାଷୀଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି ।

କଳାହାଣ୍ତିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ABOUT THE AUTHOR

...view details