କଳାହାଣ୍ଡି : ପ୍ରଥମେ ଅପହରଣ , ପରେ ନାବାଳିକାଙ୍କୁ ଦୁଷ୍କର୍ମ । ଏପରି ଅଭିଯୋଗ ଆସିଛି କଳାହାଣ୍ଡି କୋକସରା ଅଞ୍ଚଳରୁ । ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇ ଘଟଣାସ୍ଥଳରୁ ପୀଡିତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛି ପୋଲିସ ।
ପୀଡିତା କୋକସରା ଥାନା ସାରଙ୍ଗପଡା ଗ୍ରାମର 16 ବର୍ଷିୟା ନାବାଳିକା ବୋଲି ଜଣାପଡିଛି । ଦୁଇ ଦିନ ତଳେ ନାବାଳିକାଙ୍କୁ ଅପହରଣ କରି ନେଇଥିଲା କାଶିବାହାଲ ଗାଁର ଯୁବକ ବିଶ୍ବ ସରାବୁ । ସାଙ୍ଗମାନଙ୍କ ସହ ମିଶି ଉକ୍ତ ଯୁବକ ନାବାଳିକାଙ୍କୁ ଦୁଷ୍କର୍ମ କରିବା ପରେ ଗାଁ ମୁଣ୍ଡରେ ଥିବା ସ୍କୁଲ ସାମନାରେ ଫିଙ୍ଗି ଦେଇ ଚାଲିଯାଇଥିଲା।