ଓଡିଶା

odisha

ETV Bharat / state

କଳାହାଣ୍ଡି ଆସିବେ କେନ୍ଦ୍ର ରେଳ ମନ୍ତ୍ରୀ, ଗସ୍ତକୁ ନେଇ ପ୍ରତିକ୍ରିୟା ରଖିଲେ ମନ୍ତ୍ରୀ ଦିବ୍ୟଶଙ୍କର - କଳାହାଣ୍ତି ଖବର

ଓଡିଶା ଆସିବେ କେନ୍ଦ୍ର ରେଳ ମନ୍ତ୍ରୀ । କରିବେ କଳାହାଣ୍ତି ଗସ୍ତ । ଏନେଇ ପ୍ରତିକ୍ରିୟା ରଖିଲେ ମନ୍ତ୍ରୀ ଦିବ୍ୟଶଙ୍କର । ଅଧିକ ପଢନ୍ତୁ...

ଓଡିଶା ଆସିବେ କେନ୍ଦ୍ର ରେଳ ମନ୍ତ୍ରୀ ; ଗସ୍ତକୁ ନେଇ ପ୍ରତିକ୍ରିୟା ରଖିଲେ ମନ୍ତ୍ରୀ ଦିବ୍ୟଶଙ୍କର
ଓଡିଶା ଆସିବେ କେନ୍ଦ୍ର ରେଳ ମନ୍ତ୍ରୀ ; ଗସ୍ତକୁ ନେଇ ପ୍ରତିକ୍ରିୟା ରଖିଲେ ମନ୍ତ୍ରୀ ଦିବ୍ୟଶଙ୍କର

By

Published : Aug 18, 2021, 7:05 AM IST

ଭବାନୀପାଟଣା: କେନ୍ଦ୍ର ରେଳ ମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତକୁ ନେଇ ପ୍ରତିକ୍ରିୟା ରଖିଲା ବିଜେଡି। ଦାଇତ୍ଵ ନେବା ପରେ କେନ୍ଦ୍ର ରେଳ ମନ୍ତ୍ରୀଙ୍କ ଅଶ୍ୱିନୀ ବୈଷ୍ଣବଙ୍କ ପ୍ରଥମ ଥର ପାଇଁ ଓଡିଶା ଗସ୍ତରେ ଆସୁଛନ୍ତି। ଏହି ପରିପ୍ରେକ୍ଷୀରେ ଆସନ୍ତା ୨୧ ତାରିଖ ଦିନ କେନ୍ଦ୍ର ମନ୍ତ୍ରୀଙ୍କ ୨ ଦିନିଆ କଳାହାଣ୍ଡି ଗସ୍ତ ରହିଥିବା ବେଳେ ଜନ ଆଶୀର୍ବାଦ ଯାତ୍ରାରେ ଯୋଗ ଦେବେ ମନ୍ତ୍ରୀ । ଯାହାକୁ ନେଇ ରାଜନୀତି ଜୋର ଧରିବାରେ ଲାଗିଛି।

ଓଡିଶା ଆସିବେ କେନ୍ଦ୍ର ରେଳ ମନ୍ତ୍ରୀ ; ଗସ୍ତକୁ ନେଇ ପ୍ରତିକ୍ରିୟା ରଖିଲେ ମନ୍ତ୍ରୀ ଦିବ୍ୟଶଙ୍କର

ତେବେ କେନ୍ଦ୍ର ରେଳ ମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତକୁ ନେଇ ପ୍ରତିକ୍ରିୟା ରଖିଲେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ସେ କହିଛନ୍ତି ଯେ ଜିଲ୍ଲାରେ ଅନେକ ଗୁଡିଏ ରେଳ ପ୍ରକଳ୍ପ କାର୍ଯ୍ୟ ଅଟକି ରହିଛି । ରେଳ ମନ୍ତ୍ରୀ ଏଥି ପ୍ରତି ଦୃଷ୍ଟି ଦେବାକୁ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ପ୍ରକାଶ କରିଛନ୍ତି। ଏବଂ ଜୁନାଗଡ଼ ଠାରୁ ଆମ୍ବାପଦର ରେଳ ଲାଇନ ସମ୍ପ୍ରସାରଣ ଓ ନର୍ଲା ରେଳ ମରାମତି କାରଖାନା ନିର୍ମାଣ ସହ କେସିଙ୍ଗା ଭବାନୀପାଟଣାକୁ ସିଧାସଳଖ ସଂଯୋଗୀ କରଣ ପାଇଁ ବିଜେଡି ଦାବି ରଖିବ । ସେହିପରି ଜୁନାଗଡ଼ କଣ୍ଟାବାଞ୍ଜି ରେଳ ଲାଇନ ସମ୍ପ୍ରସାରଣ ଭଳି ଦାବି ରେଳ ମନ୍ତ୍ରୀଙ୍କ ନିକଟରେ ଉଠାଇବ ବୋଲି ପ୍ରକାଶ କରିଛନ୍ତି ଦିବ୍ୟଶଙ୍କର।

କଳାହାଣ୍ତିରୁ ଅଜିତ ସିଂ,ଇଟିଭି ଭାରତ

ABOUT THE AUTHOR

...view details