ଭବାନୀପାଟଣା: ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ତଦାରଖ କରିଛନ୍ତି କଳାହାଣ୍ଡି ଜିଲ୍ଲାପାଳ ଓ ଗୃହ ରାଷ୍ଟ୍ରମନ୍ତ୍ରୀ । କଳାହାଣ୍ଡି ଜିଲ୍ଲା ଜୁନାଗଡ ସହରର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ତଦାରଖ କରିବା ସହ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।
ଏହି ଗସ୍ତରେ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କଳାହାଣ୍ଡି, ଜିଲ୍ଲାପାଳ ଗଭାଳି ପରାଗ ହର୍ଷଦ ସମେତ ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀ ଯୋଗ ଦେଇଥିଲେ । ପ୍ରଥମେ ନବନିର୍ମିତ ଷ୍ଟାଡିୟମ ଓ ପରେ ନିର୍ମାଣଧିନ ବସଷ୍ଟାଣ୍ଡ ବୁଲି ଦେଖି ଥିଲେ ପରେ ବିଡିଓଙ୍କ କାର୍ଯ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।