ଭବାନୀପାଟଣା:ଦାଦନ ଶ୍ରମିକଙ୍କ ହାତ ପାପୁଲି କଟା ଘଟଣାରେ ପ୍ରକାଶ ପାଇଲା ରାୟ । ୨୦୧୩ ମସିହା ବହୁ ଚର୍ଚ୍ଚିତ ଦାଦନ ଶ୍ରମିକଙ୍କୁ ହାତ ପାପୁଲି କଟା ଘଟଣାର ରାୟ ପ୍ରକାଶ କରିଛି ଧର୍ମଗଡ଼ ଅତିରିକ୍ତ ଜିଲ୍ଲା ଦୌରାଜର୍ଜ କୋର୍ଟ । ଦୋଷୀ ପର୍ଶୁରାମ ନାଏକଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୫ ହଜାର ଟଙ୍କା ଜୋରିମାନା ନିର୍ଦ୍ଦେଶ ଦେଇଛନ୍ତି ଅତିରିକ୍ତ ଜିଲ୍ଲା ଦୌରା ଜର୍ଜ ବନ୍ଦନା କର ।
ଘଟଣାକ୍ରମ ଅନୁସାରେ, ୨୦୧୩ ମସିହାରେ ହାଇଦ୍ରାବାଦକୁ ଦାଦନ ଖଟିବାକୁ ଯାଇ ସେଠାରେ ନିର୍ଯାତନାର ଶିକାର ହେବା ପରେ ଦାଦନ ଦଲାଲଙ୍କ ଦ୍ଵାରା ନିଳାମ୍ବର ଧଙ୍ଗଡା ମାଝୀ ଓ ଦିଆଲୁ ନିଆଲ ଉଭୟଙ୍କ ହାତ ପାପୁଲିକୁ କାଟି ଦେଇଥିଲେ ଦଲାଲ ।