ଭବାନୀପାଟଣା:କଳାହାଣ୍ଡି ଜିଲ୍ଲାର ମୁଖ୍ୟ ସମସ୍ୟା ସାଜିଛି ଦାଦନ ଶ୍ରମିକ । ଦାଦନକୁ ରୋକିବା ପାଇଁ ସରକାର ଆନେକ ଯୋଜନା କରୁଥିବା ବେଳେ ସବୁ ଫେଲ୍ ମାରିଛି । କାମ ପାଇଁ ଘରଛାଡି ଯାଇଥିବା ପୁଅ ଆଉ ଫେରିଲାନି । ହେଲେ ଫେରିଛି ତାର ମୃତ୍ୟର ଖବର । ପୁଣି ଥରେ କଳାହାଣ୍ଡି ଜିଲ୍ଲାରେ ଦେଖିବାକୁ ମିଳିଛି ଦାଦନ ଦୁଃଖ । ଜିଲ୍ଲାର ନର୍ଲା ବ୍ଲକ ଅନ୍ତର୍ଗତ ମାଣ୍ଡେଲ ଗାଁର ଲୋକନାଥ ଦୀପ ଦୀର୍ଘ ୭ ବର୍ଷ ହେଲା ପେଟପାଟଣା ପାଇଁ ସୁଦୂର ତାମିଲନାଡୁରେ କାର୍ଯ୍ୟ କରୁଥିଲେ । ହେଲେ ହଠାତ୍ ତାଙ୍କର ଦେହ ଅସୁସ୍ଥ ହେବାରୁ ମୃତ୍ୟୁ ଘଟିଛି ।
ଦାଦନ ଦୁଃଖ ଦୂର କରିବା ପାଇଁ ସରକାରଙ୍କ ଆନେକ ଯୋଜନା କରୁଛନ୍ତି । ହେଲେ କେତେକାଞ୍ଚଳରେ ଯୋଜନାର ସଠିକ ବିନିଯୋଗ ହୋଇପାରୁ ନାହିଁ । ଫଳରେ ରାଜ୍ୟ ଛାଡି ହଜାର ହଜାର ଶ୍ରମିକ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି । ଏଥିପ୍ରତି ନାଁ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେଉଛି ନାଁ ସରକାର । ଫଳରେ ପେଟପାଟଣା ଆଶାରେ ହଜାରହଜାର ଶ୍ରମିକ ଭିଟାମାଟି ଛାଡି ରାଜ୍ୟ ବାହାରକୁ ଯାଉଛନ୍ତି ଦାଦନ ଖଟି । ହେଲେ କିଛି ଫେରୁଛନ୍ତି ତ ଆଉ କିଛି ଲୋକଙ୍କ ଫେରୁଛି ମୃତଦେହ ।
ଏହା ମଧ୍ୟ ପଢନ୍ତୁ.....ପୁଣି ଦାଦନ ମୃତ୍ୟୁ: ପୁଅର ମୃତଦେହ ଫେରିବା ବାଟକୁ ଚାହିଁ ବସିଛି ପରିବାର