ଓଡିଶା

odisha

ETV Bharat / state

ଦାଦନ ଦୁଃଖରେ ପେଶି ହେଉଛି କଳାହାଣ୍ଡି: ପ୍ରତିଶୃତି ପାଲଟିଛି ପାଣିର ଗାର, କିଏ ବୁଝିବ ଦୁଃଖ

କଳାହାଣ୍ଡି ଜିଲ୍ଲାର ମୁଖ୍ୟ ସମସ୍ୟା ହେଉଛି ଦାଦନ । ସରକାର ଅନେକ ଯୋଜନା କରୁଥିଲେ ସୁଦ୍ଧା କେତେକାଞ୍ଚଳରେ ଯୋଜନାର ସଠିକ ବିନିଯୋଗ ନହେବା ଯୋଗୁଁ ଆଜି ମଧ୍ୟ ହଜାର ହଜାର ଲୋକ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି । ଅଧିକ ପଢନ୍ତୁ

By

Published : Feb 6, 2022, 7:26 AM IST

Dadan Workers Neglect: ଜିଲ୍ଲାରେ ଯୋଜନାର ସଠିକ ବିନିଯୋଗ ହେଉନାହିଁ
Dadan Workers Neglect: ଜିଲ୍ଲାରେ ଯୋଜନାର ସଠିକ ବିନିଯୋଗ ହେଉନାହିଁ

ଭବାନୀପାଟଣା: ଜିଲ୍ଲାର ମୁଖ୍ୟ ସମସ୍ୟା ହେଉଛି ଦାଦନ । ସରକାର ଅନେକ ଯୋଜନା କରୁଥିଲେ ସୁଦ୍ଧା କେତେକାଞ୍ଚଳରେ ଯୋଜନାର ସଠିକ ବିନିଯୋଗ ନହେବା ଯୋଗୁଁ ଆଜି ମଧ୍ୟ ହଜାର ହଜାର ଲୋକ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି । କିଏ ମୃତଦେହ ହୋଇ ଫେରୁଛି ତ ଆଉ କିଏ ବିକଳାଙ୍ଗ ହେଇକି ଫେରୁଛି । ଆଉ କିଏ ଫେରି ମଧ୍ୟ ପାରୁନାହାନ୍ତି । ସରକାର ଗରିବ ଶ୍ରେଣୀର ଲୋକମାନଙ୍କୁ ଶହେ ଦିନର କାମ ଯୋଗାଇ ଦେଉଥିବା ଡିଣ୍ଡିମ ପିଟୁଥିବା ବେଳେ ଏପଟେ ତାହାର ଓଲଟା ଦେଖିବାକୁ ମିଳୁଛି ।

Dadan Workers Neglect: ଜିଲ୍ଲାରେ ଯୋଜନାର ସଠିକ ବିନିଯୋଗ ହେଉନାହିଁ

ସେହି ମନରେଗା ଯୋଜନାରେ ହେବାକୁ ଥିବା କାମକୁ ଜେସିବି ମେସିନ ସାହାଯ୍ୟରେ କରାଯାଇ ଜବକାର୍ଡକୁ ଭଡାରେ ଅଣାଯାଇ ବିଲ କରାଯାଇଥାଏ । ଫଳରେ ଲୋକେ କାମ ନପାଇ ଅନ୍ୟ ରାଜ୍ୟକୁ ଦାଦନ ଶ୍ରମିକ ଭାବେ କାମ କରିବାକୁ ବାଧ୍ୟ ହୋଇଥାନ୍ତି । କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଆଟିଗାଁ ପଞ୍ଚାୟତ ମିଚାଗାଁ, କାନ୍ଦୁଲଗୁଡା, ବାଗଡୁଙ୍ଗରୀ ଓ ଆଟିଗାଁ ସମେତ ୪ଟି ଗାଁକୁ ନେଇ ଗଠିତ ହୋଇଛି ।

ଏହି ପଞ୍ଚାୟତରେ ୧୨ଟି ୱାର୍ଡ ଥିବାବେଳେ ଏଥିରେ ୪ ହଜାର ୯୭୪ ଜଣ ଭୋଟର ଅଛନ୍ତି । ବର୍ତ୍ତମାନ ଗାଁ ଗୁଡିକ ଏବେ ପୁରୁଷ ଶୂନ୍ୟ କହିଲେ ଅତ୍ୟୁକ୍ତି ହେବ ନାହିଁ । ଏହି ପଞ୍ଚାୟତରେ ଥିବା ୪ଟି ଗାଁର ପ୍ରାୟ ୧ ହଜାରରୁ ଊର୍ଦ୍ଧ୍ବ ଶିକ୍ଷିତ ଯୁବକ ଦାଦନ ଶ୍ରମିକ ଭାବେ ଅନ୍ୟ ରାଜ୍ୟରେ କାମ କରୁଛନ୍ତି । କାହାର ପୁଅ ତ କାହାର ସ୍ୱାମୀ ତ ଆଉ କାହାର ଭାଇ ଯାଇଛି ଦାଦନ ଖଟିବାକୁ । ବର୍ତ୍ତମାନ ନିର୍ବାଚନ ଆସିଥିବା ବେଳେ ଏହି ଦାଦନ ଶ୍ରମିକ ମାନେ ଭୋଟ ଦେବାରୁ ବଞ୍ଚିତ ହେବେ ।

ଭାରତ ଏକ ଗଣତନ୍ତ୍ର ରାଷ୍ଟ୍ର ହୋଇଥିବା ବେଳେ ଭୋଟ ଦେବା ହେଉଛି ଗଣତନ୍ତ୍ର ଅଧିକାର । ହେଲେ ଏହି ପଞ୍ଚାୟତରେ ୧ ହଜାରରୁ ଊର୍ଦ୍ଧ୍ବ ଲୋକ ଦାଦନ ଖଟିବାକୁ ଯାଇଥିବାରୁ ଭୋଟ ଦେବାରୁ ବଞ୍ଚିତ ହେବେ । ଆଟି ଗାଁ ପଞ୍ଚାୟତକୁ ନିର୍ବାଚନ ସମୟରେ ଅନେକ ନେତାମନ୍ତ୍ରୀ ଆସନ୍ତି ଅନେକ ପ୍ରତିଶୃତି ଦେଇଥାନ୍ତି ହେଲେ ନିର୍ବାଚନ ସରିଗଲେ ଭୁଲିଯାନ୍ତି ଦେଇଥିବା ପ୍ରତିଶୃତି । ସେହିଭଳି ଅନେକ ଲୋକ ସରପଞ୍ଚ, ସମିତି ସଭ୍ୟ ପଦବୀ ହାତେଇବା ପାଇଁ ଗରିବ ଲୋକଙ୍କୁ ଅନେକ ପ୍ରତିଶ୍ରୁତି ଦେଇଥାନ୍ତି । ହେଲେ ନିର୍ବାଚନ ବୈତରଣୀ ପାର ହୋଇ ଜିତିଗଲେ ନିଜ ସ୍ୱାର୍ଥ ଅନୁଯାୟୀ କାମ କରିଥାନ୍ତି । ଫଳରେ ଏହି ପଞ୍ଚାୟତରେ ସରୁନି ଦାଦନର ଦୁଃଖ । ତେଣୁ, କେବେ ସରକାର ଏଥିପ୍ରତି ଧ୍ୟାନ ଦେବେ ତାହାକୁ ଅପେକ୍ଷା ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ABOUT THE AUTHOR

...view details