ଭବାନୀପାଟଣା: ଆସିଛି ପାର୍ବଣ ଋତୁ। ଜଗତଜନନୀ ମା’ ଦୁର୍ଗାଙ୍କୁ ଧରାପୃଷ୍ଟରେ ସ୍ବାଗତ କରିବା ପାଇଁ ସଜେଇ ହେଇଛି କଶତଣ୍ଡୀ । ଶାନ୍ତି ଓ ଶୀତଳତାର ସମ୍ଭବାର ବାର୍ତ୍ତାସହ ମା’ଙ୍କ ଆଗମନ ପାଇଁ ଲୋକଙ୍କ ଦେଇଛି ଶୁଭ ସଙ୍କେତ । ସବୁଜ ବନାନୀ ଓ କାଶତଣ୍ଡୀ ଫୁଲରେ ହଲି ହଲି ମା'ଙ୍କୁ ସ୍ୱାଗତ ଜଣାଉଛି । ଶାରଦୀୟ ଦୁର୍ଗା ପୂଜା ସହର ଠାରୁ ଆରମ୍ଭ କରି ପୁର ପଲ୍ଲୀରେ ସବୁଠି ଭରିଯାଇଛି କାଶତଣ୍ଡୀର ସୌନ୍ଦର୍ଯ୍ୟ ।
ଶରତରେ ଶାରଦୀୟ ସମ୍ଭାର:ଶାରଦୀୟ ଦୁର୍ଗା ପୂଜା ଆସୁଥିବା ବେଳେ ଧଳା ପାଟ ଶାଢୀ ପିନ୍ଧି ଫୁଲେଇ ହେଲାଣି କାଶତଣ୍ଡୀ । ଆଉ ଗୁଣୁ ଗୁଣ ହୋଇ କାନରେ ମା'ଙ୍କ ଆଗମନକୁ ସୂଚିତ କଲାଣି । ଶାରଦୀୟ ଦୁର୍ଗା ପୂଜା ସହର ଠାରୁ ଆରମ୍ଭ କରି ପୁର ପଲ୍ଲୀରେ ସବୁଠି ଭରିଯାଇଛି କାଶତଣ୍ଡୀର ସୌନ୍ଦର୍ଯ୍ୟ । କାଶତଣ୍ଡୀର ଚାମର ସ୍ପର୍ଶରେ ଧରାବତରଣ କରନ୍ତି ମା' ଦୁର୍ଗତିନାଶିନୀ । ରେଖା ପଞ୍ଚମୀରେ ଓଡ଼ିଶାର ଘରେ ଘରେ କାଶତଣ୍ଡୀ ଫୁଲର ବେଣୀ ବନ୍ଧା ଯିବା ପରମ୍ପରା ପ୍ରମାଣ କରେ ଯେ ଏହା କେବଳ ସୌନ୍ଦର୍ଯ୍ୟ ନୁହେଁ ବରଂ ଉତ୍କଳୀୟ ପରମ୍ପରାର ଏକ ଜ୍ୱଳନ୍ତ ନିଦର୍ଶନ ।
କିବା ଓ ଲେଖକଙ୍କ ମନକୁ ପୁଲକିତ କରେ କାଶତଣ୍ଡୀ:ମୃଦୁ ପବନର ଛୁଆଁରେ ଲହରେଇ ଲହରେଇ ନାଚିଯାଏ କାଶତଣ୍ଡୀ । ଆଉ ତାକୁ ଦେଖିବା କବି ଓ ଲେଖକଙ୍କ ମନରେ ଖେଳିଯାଏ ଅପାର ପୁଲକ । କବି ଟିଏ ପାଇଁ ଏ କାଶତଣ୍ଡୀ ସାଜେ ପ୍ରେରଣାର ଉତ୍ସ । ଏହାର ରୂପ ଲାବଣ୍ୟରେ ବିମୋହିତ କବି କାଶତଣ୍ଡୀର କମରରେ ଗଢି ତୋଳେ କବିତାର କୋଣାର୍କ । ରାସ୍ତାରେ ଯାଉଥିବା ବାଟୋଇ ମଧ୍ୟ ତାର ସୌନ୍ଦର୍ଯ୍ୟରେ ବିମୋହିତ ହୋଇ ଘଡିଏ ଅଟକି ଯାଏ କାଶତଣ୍ଡୀର ଅପରୂପ ସୌନ୍ଦର୍ଯ୍ୟରେ । ଖୋଲା ଆକାଶର ରାସ୍ତା କଡ଼ଠାରୁ ଆରମ୍ଭ କରି ନଦୀପଠା ଯାଏ ଧଳା ରଙ୍ଗର କାଶତଣ୍ଡୀ ଫୁଲର ପସରା ।