ଓଡିଶା

odisha

ETV Bharat / state

କୋରୋନା କୋପ ସହୁଛନ୍ତି ମେଦିନୀପୁର ଚାଷୀ - କଳାହାଣ୍ଡି ନ୍ୟୁଜ

ପରିବା କିଆରୀ ଭଳି ଛାରଖାର ହୋଇଯାଇଛି ଚାଷୀର ସବୁ ସ୍ବପ୍ନ । କିଆରୀରୁ ପରିବା ତୋଳି ହେଉନି ଫଳରେ ବିଲରେ ଶିଖୁଛି ପରିବା । ଆଉ ତୋଳିଲେ ବି ନା ବଜାରକୁ ନେଇ ହେଉଛି ନାଁ ବେପାରୀ ବିଲ ପାଖକୁ ଆସୁଛନ୍ତି । ତେଣୁ ବିଲରେ ନିଜ ଆଖି ଆଗରେ ଉଜୁଡି ଯାଉଛି ପରିଶ୍ରମର ଫଳ । ପଢନ୍ତୁ ସମ୍ପୂର୍ଣ୍ଣ ଖବର..

କୋରୋନା କୋପ ସହୁଛନ୍ତି  ମେଦନୀପୁର ଚାଷୀ
କୋରୋନା କୋପ ସହୁଛନ୍ତି ମେଦିନୀପୁର ଚାଷୀ

By

Published : May 16, 2020, 12:03 PM IST

Updated : May 16, 2020, 3:13 PM IST

କଳାହାଣ୍ଡି: ବିଲରେ କୋରୋନା କୋପର କରୁଣ କାହାଣୀ । ବାଇଗଣ, ଭେଣ୍ଡି ଠାରୁ ଆରମ୍ଭ କରି ଜହ୍ନି ,ବନ୍ଧାକୋବି, କଲରା ସମସ୍ତ ପନିପରିବା ଫସଲ କିଆରୀରେ ଭର୍ତ୍ତି । କିନ୍ତୁ ପରିବା ତୋଳି ହେଉନି ଫଳରେ ବିଲରେ ଶିଖୁଛି ପରିବା । ଆଉ ତୋଳିଲେ ବି ନା ବଜାରକୁ ନେଇ ହେଉଛି ନାଁ ବେପାରୀ ବିଲ ପାଖକୁ ଆସୁଛନ୍ତି । ତେଣୁ ବିଲରେ ନିଜ ଆଖି ଆଗରେ ଉଜୁଡି ଯାଉଛି ପରିଶ୍ରମର ଫଳ ।

କଳାହାଣ୍ଡି ଜିଲ୍ଲାର ପରିବା ଝୁଡି ଭାବେ ପରିଚିତ ଇଏ ମେଦିନୀପୁର ଅଞ୍ଚଳର ଚିତ୍ର । ଏଥର ଭଲ ଚାଷ ହୋଇଥିଲା ଫଳ ବି ଆସିଥିଲା । ଚାଷୀ ପୁଅ ଭାବି ଥିଲା କରଜ ସୁଝିବା ପରେ ଏଥର ଭଲ ଦି ପଇସା ବାହାରିବ । ହେଲେ ଅଚାନକ କୋରୋନା ପାଇଁ ଲକଡାଉନରେ ଯେମିତି ଲକ ହୋଇଯାଇଛି ଚାଷୀର ଭାଗ୍ୟ ।

କୋରୋନା କୋପ ସହୁଛନ୍ତି ମେଦିନୀପୁର ଚାଷୀ

ପରିବା କିଆରୀ ଭଳି ଛାରଖାର ହୋଇଯାଇଛି ଚାଷୀର ସବୁ ସ୍ବପ୍ନ । ଲକଡାଉନ ପାଇଁ ସମସ୍ତେ ଘରେ ରହିଥିବାରୁ ମୂଲିଆ ମଜୁରିଆ ମିଳୁ ନାହାନ୍ତି । କାଁଭାଁ ଯଦି ବେପାରୀ ଆସୁଛନ୍ତି ବାଧ୍ୟ ହୋଇ ଚାଷୀ କ୍ଷତି ସହି କମ୍‌ ମୂଲ୍ୟରେ ପରିବା ବିକୁଛି ।

ଏ କେବଳ ମେଦନୀପୁର ଅଞ୍ଚଳର କଥା ନୁହେଁ । ଲକଡାଉନ ପ୍ରଭାବରେ ଜିଲ୍ଲାର ପ୍ରାୟ ସବୁଠି ଗୁରୁତର ସଙ୍କଟରେ ଅନ୍ନଦାତା । ତାଲାବନ୍ଦ ପାଇଁ ସମସ୍ତଙ୍କ ହାତ ତ ବନ୍ଦ, ହେଲେ ଚାଷୀର ହାତ ବନ୍ଦ ହେଲେ ଆଗକୁ ଜିଲ୍ଲା ବାସୀଙ୍କ ପେଟକୁ ଦାନା କେମିତି ଯିବ ତାହାହିଁ ବଡ ପ୍ରଶ୍ନ ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

Last Updated : May 16, 2020, 3:13 PM IST

ABOUT THE AUTHOR

...view details