ଓଡିଶା

odisha

ଲାଲ ବାହିନୀର ଲଙ୍କାକାଣ୍ଡ, ରାସ୍ତାକାମକୁ ବିରୋଧ କରି ଜାଳିଦେଲେ ୪ ଗାଡି

By

Published : May 26, 2022, 10:22 AM IST

Updated : May 26, 2022, 1:59 PM IST

କିଛି ଦିନର ନୀରବତା ପରେ ପୁଣି ନିଜର ଦବଦବା ଜାହିର କଲେ ଲାଲବାହିନୀ । ରାସ୍ତା କାମକୁ ବିରୋଧ କରି ୪ଟି ଗାଡି ଜାଳି ଦେଲେ ମାଓବାଦୀ । ଅଧିକ ପଢନ୍ତୁ

ଲାଲ ବାହିନୀର ଲଙ୍କାକାଣ୍ଡ, ନିଆଁ ଲଗାଇ ଜାଲିଦେଲେ ୬ଟି ଗାଡି
ଲାଲ ବାହିନୀର ଲଙ୍କାକାଣ୍ଡ, ନିଆଁ ଲଗାଇ ଜାଲିଦେଲେ ୬ଟି ଗାଡି

ଭବାନୀପାଟଣା:କଳାହାଣ୍ଡିରେ ଲାଲ ବାହିନୀର ଲଙ୍କାକାଣ୍ଡ । ନିଆଁ ଲଗାଇ ଜାଳିଦେଲେ ୪ଟି ଗାଡି । ରାସ୍ତା କାମକୁ ବିରୋଧ କରି ଗାଡି ଜାଳି ଦେଇଥିବା ବେଳେ ପୋଷ୍ଟର ଲଗାଇ ଚେତାବନୀ ଦେଇଛି ଲାଲ ସଂଗଠନ (Maoists allegedly set several vehicles engaged in road construction) । କଳାହାଣ୍ଡି ଜିଲ୍ଲା ସଦର ଥାନା ଅନ୍ତର୍ଗତ ଯୁଗସାଇପାଟଣା ପୋଖରୀଘାଟ ମନସ୍କା ରାସ୍ତା କାମକୁ ବିରୋଧ କରି ପୋଷ୍ଟର ଲଗାଇବା ସହ ଗୋଟେ ଜେସିବି ୨ଟି ଟ୍ରାକ୍ଟର, ଗୋଟିଏ ଟିପର ଗାଡିକୁ ଜାଳି ଦେଇଛନ୍ତି ।

ଲାଲ ବାହିନୀର ଲଙ୍କାକାଣ୍ଡ, ରାସ୍ତାକାମକୁ ବିରୋଧ କରି ଜାଳିଦେଲେ ୪ ଗାଡି

କିଛି ଦିନ ତଳେ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା ମାଓବାଦୀ ଏରିଆ କମାଣ୍ଡର ଲାଲସୁକୁ ପୋଲିସ ଗିରଫ କରି ଆତ୍ମସମର୍ପଣର ନାଁ ଦେଉଛି ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

Last Updated : May 26, 2022, 1:59 PM IST

ABOUT THE AUTHOR

...view details