ଭବାନୀପାଟଣା : ପୋଖରୀରେ ବୁଡ଼ି ଯୁବକ ମୃତ । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଆଟାଙ୍ଗଗୁଡା ଗାଁରେ । ମୃତବ୍ୟକ୍ତି ଜଣକ ହେଲେ ସେହି ଗାଁର ଯୁବରାଜ ମାଝୀ । ଯୁବରାଜ ପ୍ରତ୍ୟେକ ଦିନ ଭଳି ଆଜି ମଧ୍ୟ ଶ୍ରମିକ ଭାବରେ କାମ କରିବାକୁ ଯାଇଥିଲେ । କାମ ସାରି ଘରକୁ ଫେରି ଗାଁ ମୁଣ୍ଡରେ ଥିବା ପୋଖରୀକୁ ଗାଧୋଇବାକୁ ଯାଇଥିଲେ ।
ତେବେ ଦୀର୍ଘ ସମୟ ଧରି ଯୁବରାଜ ଘରକୁ ନଆସିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ ହିଁ ପାଇନଥିଲେ । ପରେ ଗାଁ ପୋଖରୀରେ ଯୁବରାଜଙ୍କ ମୃତଦେହ ଭାସୁଥିବା ଦେଖି ପରିବାର ଓ ଗ୍ରାମବାସୀ ପୋଲିସକୁ ଜଣାଇ ଥିଲେ । ଖବରପାଇ ପୋଲିସ ଓ ଓଡ୍ରାଫ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ । ସେଠାରେ ମୃତଦେହକୁ ପୋଖରୀ ଭିତରୁ ଉଦ୍ଧାର କରିଥିଲେ । ଏନେଇ ପୋଲିସ ଏକ ମାମଲା ରୁଜୁ କରି ମୃତଦେହ ଜବତ କରିବା ସହ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛି ।