ଓଡିଶା

odisha

ଅଜଣା ଗାଡି ଧକ୍କାରେ ଏକମାତ୍ର ରୋଜଗାରକ୍ଷମଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ରାଜପଥ ଅବରୋଧ

By

Published : Apr 14, 2023, 5:49 PM IST

କଳାହାଣ୍ଡି ଜିଲ୍ଲା ସଦର ଥାନା ଅନ୍ତର୍ଗତ କୁଟୁରୁଖମାର ଗାଁରେ ଅଜଣା ଗାଡି ଧକ୍କାରେ ଜଣେ ମୃତ। ଅଧିକ ପଢନ୍ତୁ

man died in road accident
man died in road accident

ଅଜଣା ଗାଡି ଧକ୍କାରେ ଏକମାତ୍ର ରୋଜଗାରକ୍ଷମଙ୍କ ମୃତ୍ୟୁ

ଭବାନୀପାଟଣା : ଅଜଣା ଗାଡି ଧକ୍କାରେ ଜଣେ ମୃତ। କଳାହାଣ୍ଡି ଜିଲ୍ଲା ସଦର ଥାନା ଅନ୍ତର୍ଗତ କୁଟୁରୁଖମାର ଗାଁରେ ଏହି ଦୁର୍ଘଟଣା ଘଟିଛି । କ୍ଷତିପୂରଣ ଦାବିରେ ରାଜରାସ୍ତା ଉପରେ ମୃତଦେହ ଜାତୀୟ ରାଜପଥ ଅବରୋଧ କରିଛନ୍ତି ସ୍ଥାନୀୟ ଲୋକେ । ସୂଚନା ଅନୁଯାୟୀ, କୁଟୁରୁଖମାର ଗାଁର ଅଖିଳ ମାଝୀ ଆଜି ସକାଳୁ ସକାଳୁ ନିଜ ଚାଷ ଜମିକୁ ପାଣି ଦେବା ପାଇଁ ଯାଉଥିବା ବେଳେ ଗାଁ ଛକରେ ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ଅଖିଳଙ୍କ ମୃତ୍ୟୁ ହୋଇଥିଲା । ଖବର ପାଇ ପରିବାର ଓ ଗ୍ରାମବାସୀ ଘଟଣା ସ୍ଥଳରେ ପହଞ୍ଚି କ୍ଷତିପୂରଣ ଦାବିରେ ଭବାନୀପାଟଣା ଜୁନାଗଡ଼ ଜାତୀୟ ରାଜପଥ ୨୬କୁ କୁଟୁରୁଖମାର ନିକଟରେ ଅବରୋଧ କରିଥିବା ଜଣାପଡ଼ିଛି ।

ଏହା ମଧ୍ୟ ପଢନ୍ତୁ-ଶ୍ରମ ମନ୍ତ୍ରୀଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ: ଇସ୍ତଫା ଦାବି କଲା ବିଜେପି

ଅଖିଳ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ରହିଥିବା ବେଳେ ତାଙ୍କର ମୃତ୍ୟୁ ପରେ ଏବେ ତାଙ୍କ ପରିବାର ଏବେ ବେସାହାରା ହୋଇ ପଡିଛି । ତେଣୁ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ସହ ଅଭିଯୁକ୍ତକୁ ଗିରଫ କରିବା ଦାବିରେ ଏହି ଜାତୀୟ ରାଜପଥ ଅବରୋଧ କରାଯାଇଛି । ଖବର ପାଇ ଘଟଣା ସ୍ଥଳରେ ପୋଲିସ ଓ ତହସିଲଦାର ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କଲା ପରେ ମଧ୍ୟ ଲୋକେ ନିଜ ଜିଦରେ ଅଡ଼ି ବସିଥିବା ଜଣାପଡିଛି । କ୍ଷତିପୂରଣ ପ୍ରଦାନ ନକରିବା ପର୍ଯ୍ୟନ୍ତ ଏହି ଅବରୋଧ ଚାଲିବ ବୋଲି ଆନ୍ଦୋଳନକାରୀ ମାନେ ଚେତାବନୀ ଦେଇଛନ୍ତି । ସକାଳ ୬ଟାରୁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ ଦୀର୍ଘ ୭ ଘଣ୍ଟା ଧରି ଚାଲିବା ପରେ ମଧ୍ୟ ପ୍ରଶାସନ ରାସ୍ତା ଅବରୋଧ ହଟାଇବାରେ ବିଫଳ ହୋଇଛି ।

ଏହା ମଧ୍ୟ ପଢନ୍ତୁ- Pana Sankranti 2023: ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ଭିଡ, ଆଜିଠୁ ନୂଆ ପାଞ୍ଜି

ସେହିପରି ଦୀର୍ଘ ସମୟ ଧରି ରାସ୍ତା ଅବରୋଧ ଫଳରେ ରାସ୍ତାର ଉଭୟ ପାର୍ଶ୍ଵରେ ସହ ସହ ଯାନବାହାନ ଅଟକି ରହିଥିବା ବେଳେ ଯାତ୍ରୀ ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି । ସେପଟେ ବାରମ୍ବାର ଏହି ଗୋଟିଏ ସ୍ଥାନରେ ଦୁର୍ଘଟଣା ଘଟୁଥିବା ବେଳେ ଗ୍ରାମବାସୀ ପୂର୍ବରୁ ଜାତୀୟ ରାଜପଥରେ ସ୍ପିଡ଼ ବ୍ରେକର ବ୍ୟବସ୍ଥା କରିବା ପାଇଁ ଦାବି କରିଥିଲେ । ହେଲେ କେହି ଶୁଣୁ ନଥିବା ଯୋଗୁଁ ବାରମ୍ବାର ଏଭଳି ଦୁର୍ଘଟଣା ନେଇ ଅନେକଙ୍କ ଧନ ଜୀବନ ହାନି ହେଉଥିବା ବେଳେ ପ୍ରଶାସନ କେବେ ସଜାଗ ହେବ ତାହାକୁ ହିଁ ଅପେକ୍ଷା ।

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details