ଓଡିଶା

odisha

ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ ଘଟଣା, 3 ଗିରଫ

By

Published : Sep 21, 2022, 8:34 AM IST

କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ଅନ୍ତର୍ଗତ ଅଲାବୁଲା ଜଙ୍ଗଲ ନିକଟରେ ବାରହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ ଘଟଣାରେ 3 ଅଭିଯୁକ୍ତ ଗିରଫ । ଅଧିକ ପଢନ୍ତୁ

man died from electric shock in kalahandi accused arrested
ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ ଘଟଣା, 3 ଗିରଫ

ଭବାନୀପାଟଣା: ବାରହା ଶିକାର ପାଇଁ ବିଛାଇ ଥିବା ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ ଘଟଣା । ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ । କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ଅନ୍ତର୍ଗତ ଅଲାବୁଲା ଜଙ୍ଗଲ ନିକଟରେ ବାରହା ଫାଶ ପାଇଁ ବିଦ୍ୟୁତ୍‌ ବିଛାଇ ଥିବା ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଗତ ୧୭ ତାରିଖ ଦିନ ଜଣେ ନୀରିହ ଯୁବକଙ୍କ ଜୀବନ ଚାଲି ଯାଇଥିଲା ।

ସୂଚନା ଥାଉକି, ଜିଲ୍ଲାର ମଦନପୁର ରାମପୁର ସଞ୍ଜୀବ ରଣା ଓ ସୁରେନ୍ଦ୍ର ବାଗ ଗତ ୧୭ ତାରିଖ ଦିନ ଭୋରରୁ ବୋଲେରୋ ପିକଅପ ଯୋଗେ ମଦନପୁର ରାମପୁରରୁ ଛତିଗୁଡାକୁ ଯାଉଥିଲେ । ଏହି ସମୟରେ ନର୍ଲା ଥାନା ଅନ୍ତର୍ଗତ ଅଲାବୁଲା ଗାଁ ନିକଟରେ ଥିବା ଏକ ପୋଖରୀକୁ ଗାଧୋଇବା ପାଇଁ ଯାଇ ପୋଖରୀ ହୁଡାରେ ବରାହ ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିଥିଲେ । ଯାହା ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ଦୀର୍ଘ ସମୟ ଧରି ସଞ୍ଜୀବ ନ ଫେରିବାରୁ ତାଙ୍କ ସହ ବୋଲେରୋ ପିକଅପରେ ଯାଇଥିବା ଡ୍ରାଇଭର ସୁରେନ୍ଦ୍ର ବାଗ ତାଙ୍କୁ ଖୋଜିବାକୁ ଯାଇ ସେ ମଧ୍ୟ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଗୁରୁତର ହୋଇଥିଲେ । ଏନେଇ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ୩ ଜଣ ଅଭିଯୁକ୍ତକୁ ଗିରଫ କରିଛି ।

ଏହା ମଧ୍ୟ ପଢ଼ନ୍ତୁ:ବାରହା ପାଇଁ ବିଚ୍ଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକ ମୃତ୍ୟୁ

ପୋଲିସର ସୂଚନା ଅନୁଯାୟୀ ବୁରାଟ ଗାଁର କରୁଣାକର ପୁଟେଲ,ରୂପ ଧର ପୁଟେଲ ଓ ରୂପେନ ପୁଟେଲ ଦୀର୍ଘ ଦିନ ଧରି ବାରହା ଶିକାର ପାଇଁ ବିଭିନ୍ନ ସ୍ଥାନ ମାନଙ୍କରେ ବିଦ୍ୟୁତ୍‌ ତାର ବିଛାଉ ଥିଲେ । ଗିରଫ ତିନି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବା ନେଇ ନର୍ଲା ଥାନା ଅଧିକାରୀ ଗଙ୍ଗାଧର ମେହେର ସୂଚନା ଦେଇଛନ୍ତି।

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details