ଓଡିଶା

odisha

ETV Bharat / state

ଚେକିଂ ନାଁରେ ମହିଳାଙ୍କୁ ଲୁଟ୍, ଦେଖନ୍ତୁ ଭିଡିଓ

ଚେକିଂ ନାଁରେ ବିଚ୍ ରାସ୍ତାରେ ମହିଳାଙ୍କଠାରୁ ସୁନା ଗହଣା ଲୁଟ୍‌ ଅଭିଯୋଗ । ଏଭଳି ଅଭିଯୋଗ ଆସିଛି କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରୁ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

By

Published : Jul 14, 2019, 2:53 AM IST

କଳାହାଣ୍ଡି: ଚେକିଂ ନାଁରେ ବିଚ୍ ରାସ୍ତାରେ ମହିଳାଙ୍କଠାରୁ ସୁନା ଗହଣା ଲୁଟ୍‌ ଅଭିଯୋଗ । ଏଭଳି ଅଭିଯୋଗ ଆସିଛି କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରୁ । ଆଉ ସିସିଟିଭିରେ ଲୁଟ୍‌ର ପୂରା ଦୃଶ୍ୟ ବି କଏଦ ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

ଅଭିଯୋଗ ଅନୁସାରେ, ଶୁକ୍ରବାର ରାମକଲି ଅଗ୍ରଓ୍ୱାଲ ନାମକ ଜଣେ ମହିଳା ମାଉସୀ ମା’ ମନ୍ଦିରକୁ ଦର୍ଶନ କରିବାକୁ ଯାଇଥିଲେ । ଦର୍ଶନ ସାରି ଘରକୁ ଫେରୁଥିଲା ସମୟରେ ରାସ୍ତାରେ ତିନିଜଣ ଯୁବକ ହଠାତ୍‌ ତାଙ୍କୁ ଅଟକାଇଥିଲେ । ଉପରୁ ଅର୍ଡର ଆସିଛି କହି ସେମାନେ ତାଙ୍କୁ ସମସ୍ତ ସୁନା ଗହଣା ଖୋଲି ଦେବାକୁ କହିଥିଲେ । ମହିଳା ଜଣଙ୍କ ପ୍ରଥମେ ମନା କରିଥିଲେ । ହେଲେ ଯୁବକମାନେ ତାଙ୍କୁ ଏନେଇ ବାଧ୍ୟ କରିବା ସହିତ ପିଟିବାକୁ ଧମକ ଦେବା ପରେ ସେ ଅସହାୟ ହୋଇ ପିନ୍ଧିଥିବା ସବୁ ସୁନା ଗହଣା ଖୋଲି ଏକ ପଲିଥିନ୍‌ରେ ରଖିଥିଲେ ।

ଏହାପରେ ଉକ୍ତ ତିନି ଯୁବକ ସେହି ସୁନା ଗହଣ ନେଇ ଫେରାର ହୋଇଯାଇଥିଲେ । ଏନେଇ ମହିଳା ଜଣଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ । ପରିବାର ଲୋକେ ସଙ୍ଗେସଙ୍ଗେ ନିକଟରେ ଥିବା ସିସିଟିଭିକୁ ଯାଞ୍ଚ କରିଥିଲେ । ହେଲେ ଲୁଟେରାଙ୍କ ଟେର୍ ପାଇ ନ ଥିଲେ ।

ପରେ ଏନେଇ ସେମାନେ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଘଟଣାର ତଦନ୍ତ କରୁଛି ।

କଳାହାଣ୍ଡିରୁ ଅଜିତ୍ ସିଂ, ଇଟିଭି ଭାରତ

ABOUT THE AUTHOR

...view details