ଓଡିଶା

odisha

ETV Bharat / state

କାଦୁଅ ପଚ ପଚ ସହର ରାସ୍ତା, ପୌର ପ୍ରଶାସନର ନିଘା ନାହିଁ - ରାସ୍ତା ପାଇଁ ହନ୍ତସନ୍ତ

କାଦୁଅ ପଚ ପଚ ସହର ରାସ୍ତା । ଗାଡି ତ ଦୂରର କଥା ପାଦ ପଡିବା ବି ମୁସ୍କିଲ । ବାରମ୍ବାର ପୌର ବିଭାଗ ପାଖରେ ପକ୍କା ରାସ୍ତାଟିଏ ପାଇଁ ଦାବୀ କରି ନିରାଶ ହେବାରୁ କାଦୁଅ ରାସ୍ତାରେ ଧାନ ବୁଣିଲେ ଅଞ୍ଚଳବାସୀ । ଭବାନୀପାଟଣା ପୌର ପରିଷଦ ଅଞ୍ଚଳରୁ ସାମ୍ନାକୁ ଆସିଛି ଏଭଳି ରାସ୍ତା ସମସ୍ୟା । ଅଧିକ ପଢନ୍ତୁ

କାଦୁଅ ପଚ ପଚ ସହର ରାସ୍ତା, ପୌର ପ୍ରଶାସନର ନିଘା ନାହିଁ
କାଦୁଅ ପଚ ପଚ ସହର ରାସ୍ତା, ପୌର ପ୍ରଶାସନର ନିଘା ନାହିଁ

By

Published : Jul 24, 2022, 3:32 PM IST

Updated : Jul 24, 2022, 5:22 PM IST

ଭବାନୀପାଟନା: ସହରାଞ୍ଚଳକୁ ସରସ ସୁନ୍ଦର କରିବା ପାଇଁ ସରକାର କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି । ନାନା ପ୍ରକାର ଯୋଜନା କାର୍ଯ୍ୟକାରୀ ହେଉଛି । କିନ୍ତୁ ସରକାରୀ କଳର ଉଦାସୀନତା ଓ ସ୍ଥାନୀୟ ଜନ ପ୍ରତିନିଧିଙ୍କ ଇଚ୍ଛାଶକ୍ତିର ଅଭାବ ଯୋଗୁଁ ଆଜି ବି ସହରାଞ୍ଚଳରେ କାଦୁଅ ରାସ୍ତାରେ ଯିବା ଆସିବା କରୁଛନ୍ତି ଲୋକେ । ଏଭଳି ଦୃଶ୍ୟ ସାମ୍ନାକୁ ଆସିଛି କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ପୌର ପରିଷଦ ଅଞ୍ଚଳରୁ । ଅସରାଏ ବର୍ଷାରେ ବେହାଲ ସହରର ୭ ନମ୍ବର ୱାର୍ଡ ଅନ୍ତ୍ରର୍ଗତ ଆଶା ସାଗରପଡା ରାସ୍ତା ଅବସ୍ଥା । କାଦୁଅ ପଚ ପଚ ରାସ୍ତାରେ ଲୋକେ ବଜାର ସଉଦା ଠାରୁ ଆରମ୍ଭ କରି ନିଜ ଛୁଆଙ୍କୁ ସ୍କୁଲ ପଠାଇବାକୁ ଅମଙ୍ଗ ହେଉଛନ୍ତି । ଏପରିକି ବର୍ଷା ଅସରାଏ ହେଲେ ଅଞ୍ଚଳକୁ ଆମ୍ବୁଲାନ୍ସଟିଏ ପଶି ପାରୁନଥିବା ଲୋକମାନେ ଅଭିଯୋଗ କରିଛନ୍ତି ।

କାଦୁଅ ପଚ ପଚ ସହର ରାସ୍ତା, ପୌର ପ୍ରଶାସନର ନିଘା ନାହିଁ

ଦୀର୍ଘ ୧୦ ବର୍ଷ ହେଲାଣି ଆଶା ସାଗରପଡା ନିକଟରେ ଥିବା ସରକାରୀ ଜାଗାରେ ୧୦୦ରୁ ଅଧିକ ପରିବାର ବସବାସ କରୁଛନ୍ତି । ହେଲେ ଆଜି ପର୍ଯ୍ୟନ୍ତ ଏଠାରେ ପକ୍କା ରାସ୍ତାଟିଏ ହୋଇପାରି ନାହିଁ । ଯାହାଫଳରେ ବର୍ଷା ଦିନେ ନାନା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି ଅଞ୍ଚଳବାସୀ । ରାସ୍ତାରେ ଯାନବାହନ ଗଡିବା ଦୂରର କଥା, ଖାଲି ପାଦରେ ଚାଲିବା ମଧ୍ୟ ସମ୍ଭବ ହେଉନି । କାଦୁଅ ରାସ୍ତାରେ ସ୍କୁଲ ଯିବାକୁ ପିଲା ହଇରାଣ ହେଉଛନ୍ତି । ଅସମୟରେ ଆମ୍ବୁଲାନ୍ସ ମଧ୍ୟ ପଡା ଭିତରକୁ ପହଞ୍ଚି ପାରୁନି । ଆଶାସାଗର ପଡାରେ ପକ୍କା ରାସ୍ତାଟିଏ ସହ ସହରରେ କୃଷି ମହାବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଦୀର୍ଘ ବର୍ଷରୁ ଦାବୀ ହୋଇଆସୁଛି । ହେଲେ କେହି ଏଥିପ୍ରତି କର୍ଣ୍ଣପାତ କରୁନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଯାହାକୁ ନେଇ ଶେଷରେ ଆଶା ସାଗରପଡାର ଶତାଧିକ ମହିଳା ଏକତ୍ରିତ ହୋଇ ଅଭିନବ ପ୍ରତିବାଦ କରିଛନ୍ତି ।

ସେମାନେ କାଦୁଆ ରାସ୍ତାରେ ଧାନ ବୁଣି ଅଭିନବ ପ୍ରତିବାଦ କରିଛନ୍ତି । ଯଥାଶୀଘ୍ର ପୌର ବିଭାଗ ଏଥିପ୍ରତି ଦୃଷ୍ଟି ନ ଦେଲେ ଆଗାମୀ ଦିନରେ ସ୍ଥାନୀୟ ଲୋକେ ପୌର କାର୍ଯ୍ୟାଳୟ ଘେରିବେ ବୋଲି ଚେତାବନୀ ଦେଇଛନ୍ତି । ସେପଟେ ପୌରାଧ୍ୟକ୍ଷାଙ୍କୁ ଏ ବାବଦରେ ପଚାରିବାରୁ, ସେ ଏହି ରାସ୍ତା ସମସ୍ୟା ପ୍ରତି ଅବଗତ ଅଛନ୍ତି ଓ ଶୀଘ୍ର ଏହାର ସମାଧାନ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି । ତେବେ ଦେଖିବାର କଥା ପୌର ବିଭାଗ ଆଶାସାଗର ପଡାବାସୀଙ୍କ ଏ ସମସ୍ୟା ସମାଧାନ କରିବାରେ କେବେ ସଫଳ ହେଉଛି ।

କଳାହାଣ୍ଡିରୁ ଅଜିତ୍ କୁମାର ସିଂ, ଇଟିଭି ଭାରତ

Last Updated : Jul 24, 2022, 5:22 PM IST

ABOUT THE AUTHOR

...view details