ଓଡିଶା

odisha

ETV Bharat / state

Dharmagarh Bandh: ତେଜୁଛି ଜିଲ୍ଲା ମାନ୍ୟତା ଦାବି, 12 ଘଣ୍ଟିଆ ଧର୍ମଗଡ ବନ୍ଦ - ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ

ଧର୍ମଗଡ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ରାଜରାସ୍ତାରେ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରାଯାଉଥିବାବେଳେ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ରହିଛି । ଅଧିକ ପଢନ୍ତୁ

demand for separate dist
ଜିଲ୍ଲାମାନ୍ୟତା ଦାବିରେ ଧର୍ମଗଡରେ ବନ୍ଦ ପାଳନ

By ETV Bharat Odisha Team

Published : Oct 4, 2023, 4:31 PM IST

ଜିଲ୍ଲାମାନ୍ୟତା ଦାବିରେ ଧର୍ମଗଡରେ ବନ୍ଦ ପାଳନ

ଭବାନୀପାଟଣା: ଧର୍ମଗଡ଼ ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବିରେ ଜୋର ଧରିଛି ଆନ୍ଦୋଳନ । ଆଜି ଧର୍ମଗଡ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ଫଳରେ ସକାଳ ୬ ଟାରୁ ଏହି ଆନ୍ଦୋଳନ ଆରମ୍ଭ ହୋଇଥିବାବେଳେ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଚାଲିବ । ଧର୍ମଗଡ଼ ଉପଖଣ୍ଡ କୋକସରା, କଲମପୁର, ଧର୍ମଗଡ଼, ଗୋଲାମୁଣ୍ଡା ଆଦି ଅଞ୍ଚଳରେ ଆନ୍ଦୋଳନ ତୀବ୍ର ହୋଇଥିବା ଦେଖିବାକୁ ମିଳିଛି । ଆନ୍ଦୋଳନକାରୀମାନେ କଳାହାଣ୍ଡି, ନବରଙ୍ଗପୁର ୨୬ ନମ୍ବର ଜାତୀୟ ରାଜପଥକୁ କୋକସରା, ଆମପାଣି, ଓ ବଲଦିଆମାଲ ଛକରେ ଅବରୋଧ କରିଛନ୍ତି ଆନ୍ଦୋଳକାରୀ । ଏହାସହ ରାଜରାସ୍ତାରେ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ଫଳରେ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି ।

ସ୍ଥାନୀୟଲୋକେ ଦୋକାନ ବଜାର, ସ୍କୁଲ କଲେଜ ଆଦି ବନ୍ଦ କରି ଆନ୍ଦୋଳନରେ ସାମିଲ ହୋଇଥିବାବେଳେ ଧର୍ମଗଡ଼ ଉପଖଣ୍ଡ ସମ୍ପୂର୍ଣ୍ଣ ଭାବରେ ଠପ୍ ହୋଇପଡ଼ିଛି । ଜରୁରୀକାଳୀନ ସେବାକୁ ବାଦ ଦେଲେ ଅନ୍ୟ ସମସ୍ତ ସରକାରୀ ବେସରକାରୀ ଅନୁଷ୍ଠାନ ବନ୍ଦ ରହିଥିବା ଦେଖିବାକୁ ମିଳିଛି । ଆନ୍ଦୋଳନ ଫଳରେ ହଜାର ହଜାର ଯାନବାହାନ ଅଟକି ରହିଥିବା ମଧ୍ୟ ଦେଖିବାକୁ ମିଳିଛି । ୧୯୯୨ ମସିହାରୁ ଧର୍ମଗଡକୁ ଏକ ସ୍ବତନ୍ତ୍ର ଜିଲ୍ଲାର ମାନ୍ୟତା ଦାବିରେ ଆନ୍ଦୋଳନ ଚାଲି ଆସୁଥିବାବେଳେ ରାଜ୍ୟ ସରକାର ଏହାକୁ ବିଚାରକୁ ନେଇଛନ୍ତି । ହେଲେ ଏପର୍ଯ୍ୟନ୍ତ ଜିଲ୍ଲା ଗଠନ ହେଉନଥିବାରୁ ବାରମ୍ବାର ଆନ୍ଦୋଳନକୁ ଓହ୍ଲାଉଛନ୍ତି ଅଞ୍ଚଳବାସୀ ।

ଏହା ବି ପଢନ୍ତୁ...ଜୁନାଗଡ-ଧର୍ମଗଡ ରେଳଲାଇନ ସମ୍ପ୍ରସାରଣ ସାତସପନ, ପାଣିର ଗାର ପାଲଟିଛି ସାଂସଦଙ୍କ ପ୍ରତିଶୃତି

"ବହୁ ବର୍ଷ ତଳେ ସ୍ବର୍ଗତ ବିଜୁ ପଟ୍ଟନାୟକ ଧର୍ମଗଡ ଠାରେ ଏକ ନିର୍ବାଚନୀ ସଭାରେ ଧର୍ମଗଡକୁ ଜିଲ୍ଲା ମାନ୍ୟତା ଦେବା ପାଇଁ ଘୋଷଣା କରିଥିଲେ । ବିଜୁ ବାବୁଙ୍କ ଏହି ସ୍ବପ୍ନକୁ ମୁଖ୍ୟମନ୍ତ୍ରୀ ନିଶ୍ଚିତ ଭାବରେ ପୂରଣ କରିବେ" ବୋଲି କହିଛନ୍ତି ଧର୍ମଗଡ଼ବାସୀ । ହେଲେ ବାରମ୍ବାର ଆନ୍ଦୋଳନ ହେଉଥିବାବେଳେ ଧର୍ମଗଡ ବାସୀଙ୍କ ଏହି ଦାବିକୁ ସରକାର କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି । ସେହିପରି ଗତ ମେ ମାସରେ ମୁଖ୍ୟମନ୍ତ୍ରୀ ଗୋଲାମୁଣ୍ଡା ଗସ୍ତରେ ଆସିଥିବାବେଳେ ଧର୍ମଗଡବାସୀ ପ୍ଲାକାର୍ଡ ଧରି ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି ଉପସ୍ଥାପନ କରିଥିଲେ ।

ଏହାସହ ଗତ ୨ ମାସ ତଳେ କଳାହାଣ୍ଡି ଜିଲ୍ଲା ଗସ୍ତରେ ଆସିଥିଲେ ୫ଟି ସଚିବ ଭିକେ ପାଣ୍ଡିଆନ । ସେହି ସମୟର ମଧ୍ୟ ଏହି ସମାନ ଦାବି ଧର୍ମଗଡବାସୀ ଉପସ୍ଥାପନ କରିଥିଲେ । ହେଲେ ଦାବିକୁ ନେଇ ରାଜ୍ୟ ସରକାର କୌଣସି ପଦକ୍ଷେପ ନନେବାରୁ ପୁଣି ଥରେ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି । ଧର୍ମଗଡବାସୀ ଆଜକୁ ୩୮ ଦିନ ହେଲା ଧାରଣା ଦେଇଥିବାବେଳେ ଏହି ବନ୍ଦରୁ ବାଦ ରହିଛି ଜୟପାଟଣା ଓ ଜୁନାଗଡ଼ ଅଞ୍ଚଳ ।

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details