ଓଡିଶା

odisha

ETV Bharat / state

ବଜ୍ରାଘାତରେ ଦୁଇ ମହିଳା ମୃତ

କୋକସରା ଥାନା ବେହେରା ଗ୍ରାମରେ ବଜ୍ରାପାତ । ବଜ୍ରାଘାତରେ ୨ଜଣ ମହିଳା ମୃତ ।

By

Published : May 17, 2019, 2:31 PM IST

ପ୍ରତିକାତ୍ମକ ଫଟୋ

କଳାହାଣ୍ଡି: କୋକସରା ଥାନା ବେହେରା ଗ୍ରାମରେ ବଜ୍ରାପାତ । ବଜ୍ରାଘାତରେ ୨ଜଣ ମହିଳା ମୃତ । ମୃତକ ହେଉଛନ୍ତି ଜୟମଣି ଗୋପାଳ ଓ ଭୂମିସୁତା ଗୋପାଳ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

ଘଟଣା ସ୍ଥଳରେ ଜୟମଣିଙ୍କ ମୃତ୍ୟୁ ଘଟିଥିବାବେଳେ ଭୂମିସୁତାଙ୍କୁ ଗୁରୁତର ଅବସ୍ଥାରେ ଧର୍ମଗଡ ଉପଖଣ୍ଡ ଚିକିତ୍ସାଳୟକୁ ଅଣାଯାଇଥିଲା । ପରେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି ।

ସୂଚନା ଅନୁଯାୟୀ, ଗାଁର ୪ ଜଣ ମହିଳା ଶୌଚ କରିବାକୁ ଯାଇ ଫେରୁଥିବାବେଳେ ବଜ୍ରପାତ ହୋଇଥିଲା । ତେବେ ଦୁଇ ମହିଳା ଅଳ୍ପକେ ବଞ୍ଚିଯାଇଥିଲେ । ସେପଟେ ଗ୍ରାମବାସୀ ମୃତକଙ୍କ ପରିବାରକୁ କ୍ଷତିପୂରଣ ପାଇଁ ଦାବି କରିଛନ୍ତି ।

କଳାହାଣ୍ଡିରୁ ଅଜିତ୍‌ ସିଂ, ଇଟିଭି ଭାରତ

ABOUT THE AUTHOR

...view details