ଓଡିଶା

odisha

By

Published : Sep 12, 2020, 7:16 AM IST

ETV Bharat / state

ଭୂମିହୀନଙ୍କୁ ପଟ୍ଟା ବଣ୍ଟନ, ପ୍ରଶାସନକୁ ସାଧୁବାଦ ଜଣାଇଲେ ହିତାଧିକାରୀ

ଭୂମିହୀନମାନଙ୍କୁ ବସୁନ୍ଧରା ଯୋଜନା ମାଧ୍ୟମରେ କରାଗଲା ପଟ୍ଟା ବଣ୍ଟନ । ମୋଟେର ଓ ଡାଲଗୁମ୍ମା ପଞ୍ଚାୟତର ୨୨ ଜଣ ଭୂମିହୀନଙ୍କୁ ଦିଆଗଲା ଜମି ପଟ୍ଟା । ଅଧିକ ପଢନ୍ତୁ...

land patta distribution programme in kalahandi
ଭୂମିହୀନଙ୍କୁ ପଟ୍ଟା ବଣ୍ଟନ, ପ୍ରଶାସନକୁ ସାଧୁବାଦ ଜଣାଇଲେ ହିତାଧିକାରୀ

ଭବାନୀପାଟଣା:କଳାହାଣ୍ଡି ଜିଲ୍ଲା କୋକସରା ତହସିଲ କାର୍ଯ୍ୟାଳୟ ଠାରେ ଭୂମିହୀନମାନଙ୍କୁ ବସୁନ୍ଧରା ଯୋଜନା ମାଧ୍ୟମରେ ପଟ୍ଟା ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଧର୍ମଗଡ଼ ଉପଜିଲ୍ଲାପାଳ ଯୋଗଦେଇ ପ୍ରଥମ ପର୍ଯ୍ୟାୟରେ ମୋଟେର ଓ ଡାଲଗୁମ୍ମା ପଞ୍ଚାୟତର ୨୨ ଜଣ ଭୂମିହୀନଙ୍କୁ ପଟ୍ଟା ବଣ୍ଟନ କରିଥିଲେ ।

ଭୂମିହୀନଙ୍କୁ ପଟ୍ଟା ବଣ୍ଟନ, ପ୍ରଶାସନକୁ ସାଧୁବାଦ ଜଣାଇଲେ ହିତାଧିକାରୀ

କୋକସରା ତହସିଲଦାର, ରାଜସ୍ବ ପରିଦର୍ଶକ ଓ ଅନ୍ୟ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହିଥିଲେ । ପଟ୍ଟା ପାଇବା ପରେ ଏନେଇ ହିତାଧିକାରୀ ମାନେ ଖୁସି ବ୍ୟକ୍ତ କରିବା ସହ ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି ।

କଳାହାଣ୍ତିରୁ ଅଜିତ ସିଂ, ଇଟିଭି ଭାରତ

ABOUT THE AUTHOR

...view details