ଓଡିଶା

odisha

ETV Bharat / state

କାର୍ଯ୍ୟରତ ଶ୍ରମିକ ମୃତ, ହତ୍ୟା ଅଭିଯୋଗ ଆଣିଲା ପରିବାର

କାର୍ଯ୍ୟରତ ଶ୍ରମିକ ମୃତ, ହତ୍ୟା ଅଭିଯୋଗ ଆଣିଲା ପରିବାର । କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ଖୁର୍ଶେଲଗୁଡା ଗାଁର ଘଟଣା । ଆଗକୁ ପଢନ୍ତୁ...

By

Published : Dec 15, 2019, 8:36 AM IST

labour died during work
କାର୍ଯ୍ୟରତ ଶ୍ରମିକ ମୃତ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ଖୁର୍ଶେଲଗୁଡା ଗାଁରେ ଅଭାବନୀୟ ଘଟଣା। ଜିତେନ୍ଦ୍ର ପଣ୍ଡା ନାମର ଜଣେ ବ୍ୟକ୍ତିଙ୍କ ଘରୁ ସେହି ଗାଁର ଡମ୍ବରୁଧର ରୋତି ନାମକ ଜଣେ ଶ୍ରମିକଙ୍କ ମୃତଦେହ ଉଦ୍ଧାର ହୋଇଛି । ଏହାକୁ କେନ୍ଦ୍ର କରି ଆଜି ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା ।

କାର୍ଯ୍ୟରତ ଶ୍ରମିକ ମୃତ

ମାଲିକ ଜିତେନ୍ଦ୍ର ପଣ୍ଡା ଡମ୍ବରୁଧରଙ୍କ ହତ୍ୟା କରାଯାଇଥିବା ପରିବାରବର୍ଗ ଅଭିଯୋଗ କରିଛନ୍ତି। ନ୍ୟାୟ ଦାବିରେ ମୃତ ଶ୍ରମିକଙ୍କ ପରିବାର ଲୋକେ ମାଲିକ ଜିତେନ୍ଦ୍ରଙ୍କ ଘର ଆଗରେ ମୃତଦେହ ରଖି ପ୍ରତିବାଦ କରିଥିଲେ । ଘଟଣାସ୍ଥଳରେ ଜୁନାଗଡ଼ ଥାନା ପୋଲିସ ଓ ପ୍ରଶାସନ ପହଞ୍ଚି ପରିବାର ଲୋକଙ୍କୁ ପ୍ରତିଶୃତି ଦେବା ପରେ ପରିବାର ଲୋକେ ଆନ୍ଦୋଳନରୁ ଓହରି ଥିଲେ ।

ସୂଚନା ଅନୁଯାୟୀ ଗତ ୫ ତାରିଖରେ ଡମ୍ବରୁଧର ସେହି ଗାଁର ଜିତେନ୍ଦ୍ର ପଣ୍ଡା ଘରକୁ କାମ କରିବାକୁ ଯାଇଥିଲେ । ସନ୍ଧ୍ୟାରେ ଡମ୍ବରୁଧର ଗାଡି ଧକ୍କାରେ ବେଳଗୁଡା ମଣ୍ଡି ନିକଟରେ ଗୁରୁତର ହୋଇଥିବା ମାଲିକ ଜିତେନ୍ଦ୍ର ପଣ୍ଡା ଡମ୍ବରୁଧରଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ ।

ଏହି ସମୟରେ ଡମ୍ବରୁଧରଙ୍କ ମୁଣ୍ଡ ଓ କାନରେ ଗଭୀର ଆଘାତ ଲାଗି ରକ୍ତଶ୍ରାବ ହେଉଥିଲା । ଗୁରୁତର ଡମ୍ବରୁଧରଙ୍କୁ ପ୍ରଥମେ ଜୁନାଗଡ଼ ଗୋଷ୍ଟି ସ୍ପାସ୍ଥ୍ୟକେନ୍ଦ୍ର ଓ ପରେ ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବୁର୍ଲାକୁ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।

କଳାହାଣ୍ଡିରୁ ଅଜିତ ସିଂ,ଇଟିଭି ଭାରତ

ABOUT THE AUTHOR

...view details