ଓଡିଶା

odisha

ETV Bharat / state

ପାରିଶ୍ରମିକ ମୂଲ୍ୟ ପାଇଁ ଘର ଆଗରେ ଶ୍ରମିକଙ୍କ ଧାରଣା

ପାରିଶ୍ରମିକ ପାଇ ନଥିବା ନେଇ ଏସଏଚଜି ସଭାନେତ୍ରୀଙ୍କ ଘର ସମ୍ମୁଖରେ ଶ୍ରମିକଙ୍କ ଧାରଣା । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମା' ମଙ୍ଗଳା ସ୍ୱୟଂସହାୟକ ଗୋଷ୍ଠୀ ଘର ସମ୍ମୁଖରେ । ଅଧିକ ପଢ଼ନ୍ତୁ

ପାରିଶ୍ରମିକ ମୂଲ୍ୟ ପାଇଁ ଘର ଆଗରେ ଶ୍ରମିକଙ୍କ ଧାରଣା
ପାରିଶ୍ରମିକ ମୂଲ୍ୟ ପାଇଁ ଘର ଆଗରେ ଶ୍ରମିକଙ୍କ ଧାରଣା

By

Published : Jul 2, 2022, 7:27 PM IST

ଭବାନୀପାଟଣା : ଏସଏଚଜି ସଭାନେତ୍ରୀଙ୍କ ଘର ସମ୍ମୁଖରେ ଶ୍ରମିକଙ୍କ ଧାରଣା । ରବି ଋତୁ ମଣ୍ଡିର ପାରିଶ୍ରମିକ ପାଇ ନଥିବା ନେଇ ଧାରଣା ଦେଇଛନ୍ତି ବୋଲି ଅଭିଯୋଗ କରିଛନ୍ତି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅନ୍ତର୍ଗତ କୋଟାଗାଁ ପଞ୍ଚାୟତର ମା' ମଙ୍ଗଳା ସ୍ୱୟଂସହାୟକ ଗୋଷ୍ଠୀ ଘର ସମ୍ମୁଖରେ ।

ପାରିଶ୍ରମିକ ମୂଲ୍ୟ ପାଇଁ ଘର ଆଗରେ ଶ୍ରମିକଙ୍କ ଧାରଣା

ସୂଚନାନୁସାରେ ଗତ ମେ ମାସ ୨୮ ତାରିଖରୁ ଜୁନ ମାସ ୧୧ ତାରିଖ ପର୍ଯ୍ୟନ୍ତ ୬୦ଜଣ ଶ୍ରମିକ ବିଭିନ୍ନ ଟ୍ରକରେ ଧାନ ବୋଝେଇ କରିଥିଲେ l ଦୀର୍ଘ ୧୪ ଦିନ ମଧ୍ୟରେ ୩୫୦ ଚାଷୀଙ୍କ ୨୩,୯୫୦ କୁଇଣ୍ଟାଲ ଧାନ ବୋଝେଇ ଟ୍ରକରେ ଲୋଡ଼ କରିଥିଲେ l କୁଇଣ୍ଟାଲ ପ୍ରତି ୧୦ ଟଙ୍କା ହିସାବରେ ୨ ଲକ୍ଷ ୪୦ ହଜାର ଟଙ୍କା ଶ୍ରମିକ ମାନେ ପାଇବା କଥା । ହେଲେ ମଣ୍ଡି ବନ୍ଦ ହୋଇ ଆଜକୁ ୨୦ ଦିନ ବିତିଯାଇଥିଲେ ସୁଦ୍ଧା ସେମାନେ ତାଙ୍କ ପାରିଶ୍ରମିକ ପାଇ ନାହାନ୍ତି ।

ମଣ୍ଡି ପରିଚାଳନା ଦାୟିତ୍ୱରେ ଥିବା ଏହି ଏସଏଚଜିକୁ ଶ୍ରମିକ ମାନେ ମଣ୍ଡି ସରିବା ଦିନଠାରୁ ନିଜ ପାରିଶ୍ରମିକ ପାଇଁ ବାରମ୍ବାର ଦାବି କରି ଆସୁଥିଲେ ମଧ୍ୟ ନିରାଶ ହୋଇଛନ୍ତି l ଯାହାକୁ ନେଇ ଆଜି ସମସ୍ତ ଶ୍ରମିକ ଧାରଣା ଦେଇଥିବା ବେଳେ ପୂର୍ବରୁ ମଧ୍ୟ ମଣ୍ଡି ବନ୍ଦ କରି ଆନ୍ଦୋଳନକୁ ଓହ୍ଲାଇଥିଲେ ସମସ୍ତ ଶ୍ରମିକ ।

କଳାହାଣ୍ଡି, ଇଟିଭି ଭାରତ

ABOUT THE AUTHOR

...view details