ଓଡିଶା

odisha

ETV Bharat / state

ଇଟା ବୋଝେଇ ଟ୍ରାକ୍ଟରରୁ ଖସି ଶ୍ରମିକଙ୍କ ମୃତ୍ୟୁ

ସୋମବାର ଏକ ଇଟା ବୋଝେଇ ଟ୍ରାକ୍ଟର ଉପରେ ଶ୍ରମିକ ଜଣଙ୍କ ବସିକି ଆସୁଥିବାବେଳେ ଭାରସାମ୍ୟ ହରାଇ ତଳକୁ ପଡିଯାଇଥିଲେ । ଯାହାଫଳରେ ତାଙ୍କର ମୃତ୍ୟୁ ଘଟିଛି ।

By

Published : Jun 24, 2019, 1:00 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

କଳାହାଣ୍ଡି: ଟ୍ରାକ୍ଟରରୁ ପଡି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସୋମବାର ଏକ ଇଟା ବୋଝେଇ ଟ୍ରାକ୍ଟର ଉପରେ ଶ୍ରମିକ ଜଣଙ୍କ ବସିକି ଆସୁଥିବାବେଳେ ଭାରସାମ୍ୟ ହରାଇ ତଳକୁ ପଡିଯାଇଥିଲେ । ଯାହାଫଳରେ ତାଙ୍କର ମୃତ୍ୟୁ ଘଟିଛି । ଏଭଳି ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଆମ୍ବପାଣି ଥାନା ଅନ୍ତର୍ଗତ ମହିମା ପଞ୍ଚୟତ ଘଣ୍ଟିଗୁଡା ଠାରେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

ସୂଚନା ଅନୁଯାୟୀ, ସୋମବାର ମହେଶ୍ବର ପଟେଲ ଏକ ଇଟା ବୋଝେଇ ଟ୍ରାକ୍ଟର ଉପରେ ବସିକି ଆସୁଥିଲେ । ତେବେ ହଠାତ୍ ଭାରସାମ୍ୟ ହରାଇ ତଳେ ପଡିଯିବାରୁ ଟ୍ରାକ୍ଟରର ପଛ ଚକା ତାଙ୍କ ଉପରେ ମାଡିଯିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି ।

ଏପଟ ଖବର ପାଇ ଆମ୍ବପାଣି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ କୋକସରା ଡାକ୍ତରଖାନାକୁ ପଠାଇଛି ।

କଳାହାଣ୍ଡିରୁ ଅଜିତ୍ ସିଂ, ଇଟିଭି ଭାରତ

ABOUT THE AUTHOR

...view details