ଓଡିଶା

odisha

ETV Bharat / state

ନଭେମ୍ବର 25ରୁ କଳାହାଣ୍ଡିରେ ଖୋଲିବ ମଣ୍ଡି, ଜିଲ୍ଲା ପ୍ରଶାସନ ବୈଠକରେ ନିଷ୍ପତି

କଳାହାଣ୍ଡିରେ ଖରିଫ ଧାନ ସଂଗ୍ରହ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ। ଆସନ୍ତା 25 ତାରିଖରୁ ଡିସେମ୍ବର 1 ତାରିଖ ମଧ୍ୟରେ ଜିଲ୍ଲାରେ ଧାନ ସଂଗ୍ରହ କରାଯିବ। ଅଧିକ ପଢ଼ନ୍ତୁ

By

Published : Nov 4, 2022, 9:40 AM IST

mandi will open from 25th november in kalahandi
ଆସନ୍ତା 25ରୁ କଳାହାଣ୍ଡିରେ ଖୋଲିବ ମଣ୍ଡି

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଖରିଫ ଧାନ ସଂଗ୍ରହ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆସନ୍ତା ନଭେମ୍ବର ୨୫ ତାରିଖରୁ ଜିଲ୍ଲାରେ ଧାନ ସଂଗ୍ରହ ପାଇଁ ମଣ୍ଡି ଖୋଲାଯିବାକୁ ନିଷ୍ପତ୍ତି ନିଆଯାଇଛି । ସମସ୍ତ ମିଲର ନିଜର ଏଜେଣ୍ଟ ଓ କର୍ମଚାରୀଙ୍କ ତାଲିକା ଯୋଗାଣ ବିଭାଗଙ୍କୁ ଦେବା ସହ ସେମାନଙ୍କୁ ପରିଚୟ ପ୍ରଦାନ କରାଯିବା ନେଇ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

ଆସନ୍ତା 25ରୁ କଳାହାଣ୍ଡିରେ ଖୋଲିବ ମଣ୍ଡି

ଅନୁଷ୍ଠିତ ବୈଠକରେ ଗନି ବ୍ୟାଗର ସମସ୍ୟା, ମଣ୍ଡିରେ ବିଜୁଳି, ଭିତ୍ତିଭୂମି, ଆଶ୍ରୟ ସ୍ଥଳୀ, ଟୋକନ ସମୟ ସୀମା ଉପରେ ଆଲୋଚନା ହୋଇଥିଲା । ଆସନ୍ତା ନଭେମ୍ବର ୨୫ ତାରିଖରୁ ଜିଲ୍ଲାରେ ଧାନ ସଂଗ୍ରହ ପାଇଁ ମଣ୍ଡି ଖୋଲିବାକୁ ନିଷ୍ପତ୍ତି ହୋଇଥିବାବେଳେ ଚଳିତ ବର୍ଷ ଖରିଫ ଧାନ ବିକ୍ରୟ ପାଇଁ ଜିଲ୍ଲାରେ ୯୮୩୩୭ ଜଣ ଚାଷୀ ପଞ୍ଜୀକୃତ ହୋଇଛନ୍ତି । ଏନେଇ ଜିଲ୍ଲା ଯୋଗାଣ ଅଧିକାରୀ କହିଛନ୍ତି, "ନଭେମ୍ବର 25ରୁ ଡିସେମ୍ବର 1 ମଧ୍ୟରେ ଜିଲ୍ଲାରେ ପର୍ଯ୍ୟାୟକ୍ରମେ ଧାନ ସଂଗ୍ରହ କରାଯିବ । ଜିଲ୍ଲାର 8ଟି ମଣ୍ଡିରେ ଧାନ କିଣାଯିବ । ମଣ୍ଡି ସମସ୍ୟା ପ୍ରତି ବିଶେଷ ଭାବରେ ଧ୍ୟାନ ଦିଆଯାଇଛି ।"

ଏହା ମଧ୍ୟ ପଢ଼ନ୍ତୁ:ଖରିଫ ଧାନସଂଗ୍ରହ ପାଇଁ ସମ୍ବଲପୁରରେ ନଭେମ୍ବର 25ରୁ ଖୋଲିବ ମଣ୍ଡି

ଚଳିତ ଖରିଫ ଋତୁରେ ୧୮୬୭୩୪ ହେକ୍ଟର ଧାନ ହୋଇଥିବା ଜମିରୁ ୮,୫୮,୯୭୬ ମେଟ୍ରିକ ଟନ୍ ଧାନ ଉତ୍ପାଦନ ଲକ୍ଷ୍ୟ ରଖାଯାଇଛି । ଖରିଫ ୨୦୨୨-୨୩ରେ ଭବାନୀପାଟଣା ଓ ଧର୍ମଗଡ ସବ ଡିଭିଜନରେ ୭୪ ଟି ପାକ୍ସ, ୧୭୫ଟି ଧାନ ସଂଗ୍ରହ କେନ୍ଦ୍ର, ୩୩ଟି ମହିଳା ସ୍ଵଂୟ ସହାୟକ ଗୋଷ୍ଠୀ ଦ୍ଵାରା ଧାନ ସଂଗ୍ରହ କରାଯିବା ନେଇ ନିଷ୍ପତ୍ତି ହୋଇଛି । ଚଳିତ ବର୍ଷ ଏଫଏକ୍ୟୁ ଧାନର ସରକାରୀ ଧାର୍ଯ୍ୟ ମୂଲ୍ୟ ପ୍ରତି କ୍ଵିଣ୍ଟାଲ ୨୦୪୦ ଟଙ୍କା ଏବଂ 'ଗ୍ରେଡ ଏ' ମୂଲ୍ୟ ପ୍ରତି କ୍ଵିଣ୍ଟାଲ ୨୦୬୦ ଟଙ୍କା ରଖାଯାଇଛି । ଅନୁଷ୍ଠିତ ବୈଠକରେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହ ଦେଓ, ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର, ଲାଞ୍ଜିଗଡ ବିଧାୟକ, ଅତିରିକ୍ତ ଜିଲ୍ଲାପାଳଙ୍କ ସମେତ ଅନ୍ୟ ଜିଲ୍ଲା ଅଧିକାରୀ ଏବଂ ସମସ୍ତ ମିଲର୍ସ, ଆରଏମସି ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details