ଭବାନୀପାଟଣା:ମହାଲିଙ୍ଗ ସନସାଇନ ସ୍କୁଲ ଶିକ୍ଷୟତ୍ରୀ ହତ୍ୟାକାଣ୍ଡ ଘଟଣା ନେଇ ପୋଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ । କାର୍ଯ୍ୟରୁ ନିଲମ୍ବିତ ହେଲେ କଳାହାଣ୍ଡି ଜିଲ୍ଲା କେ.ଗାଁ ଥାନା ଅଧିକାରୀ ଡମୁ ପରଜା । କାର୍ଯ୍ୟରେ ଅବହେଳା ଓ ମମିତାଙ୍କ ପରିବାର ଲୋକଙ୍କ ଅଭିଯୋଗ ପତ୍ର ରଖି ନଥିବା ନେଇ ଅଭିଯୋଗରେ ନିଲମ୍ବିତ ହୋଇଛନ୍ତି ଥାନା ବାବୁ । ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାର କେ.ଗାଁ ଥାନା ଅଧିକାରୀଙ୍କୁ ନିଲମ୍ବନ କରିଛନ୍ତି । ଏନେଇ କଳାହାଣ୍ଡି ଏସପି ଶ୍ରବଣ ବିବେକ ସୂଚନା ଦେଇଛନ୍ତି ।
ଗତ ଅକ୍ଟୋବର ୩ ତାରିଖରେ ମହାଲିଙ୍ଗ ସନସାଇନ ସ୍କୁଲ ଶିକ୍ଷୟତ୍ରୀ ମମିତା ମେହର ନିଖୋଜ ହୋଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଥିଲେ । ହେଲେ କେ.ଗାଁ ଥାନା ଅଧିକାରୀ ଡମୁ ପରଜା ପରିବାର ଲୋକଙ୍କ ଏତଲା ରଖିନଥିଲେ । ଏହାକୁ ନେଇ ପରିବାର ଲୋକେ ଅଭିଯୋଗ କରିଥିଲେ । ପରବର୍ତ୍ତୀ ସମୟରେ ମହାଲିଙ୍ଗ ସନସାଇନ ସ୍କୁଲ ମିନି ଷ୍ଟାଡିୟମରୁ ମମିତା ମେହେରଙ୍କ ଅର୍ଦ୍ଧଦଗ୍ଧ ଗଳିତ ମୃତଦେହକୁ ମାଟି ତଳୁ ଉଦ୍ଧାର କରିଥିଲା ପୋଲିସ ।