ଓଡିଶା

odisha

ମମିତାଙ୍କୁ ନ୍ୟାୟ: 2 ମିନିଟ୍‌ ନୀରବ ପ୍ରାର୍ଥନା କଲା କଳାହାଣ୍ଡି

By

Published : Nov 7, 2021, 1:46 PM IST

ମମିତା ମେହେରଙ୍କ ଅମର ଆତ୍ମାର ସଦଗତି ପାଇଁ ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସଙ୍କ ଆହ୍ବାନ କ୍ରମେ ୨ମିନିଟ ନୀରବ ପ୍ରାର୍ଥନା କଲେ ଜିଲ୍ଲାବାସୀ । ଅଧିକ ପଢନ୍ତୁ...

ମମିତା ମେହରଙ୍କ ଅମର ଆତ୍ମାର ସଦଗଦି ପାଇଁ ନୀରବ ପ୍ରାର୍ଥନା କଲେ କଳାହାଣ୍ଡିବାସୀ
ମମିତା ମେହରଙ୍କ ଅମର ଆତ୍ମାର ସଦଗଦି ପାଇଁ ନୀରବ ପ୍ରାର୍ଥନା କଲେ କଳାହାଣ୍ଡିବାସୀ

ଭବାନୀପାଟଣା: ବହୁ ଚର୍ଚ୍ଚିତ କଳାହାଣ୍ଡି ମହାଲିଙ୍ଗ ମମିତା ମେହେର ହତ୍ୟାକାଣ୍ଡ ଘଟଣା । ଏହି ଘଟଣାକୁ ନେଇ ଦିନକୁ ଦିନ ଉଷ୍ମ ହେଉଛି ରାଜ୍ୟ ରାଜନୀତି ଏବଂ ସବୁଠି ସୁଭୁଛି ପ୍ରତିବାଦର ସ୍ବର । ଏହାରି ମଧ୍ୟରେ ଆଜି କଳାହାଣ୍ଡି ଜିଲ୍ଲାରେ ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସଙ୍କ ଆହ୍ବାନ କ୍ରମେ ମମିତା ମେହେରଙ୍କ ଅମର ଆତ୍ମାର ସଦଗତି ପାଇଁ ୨ମିନିଟ ନୀରବ ପ୍ରାର୍ଥନା କରିଛନ୍ତି ଜିଲ୍ଲାବାସୀ ।

ମମିତା ମେହରଙ୍କ ଅମର ଆତ୍ମାର ସଦଗଦି ପାଇଁ ନୀରବ ପ୍ରାର୍ଥନା କଲେ କଳାହାଣ୍ଡିବାସୀ

ସେହିପରି ଆସନ୍ତାକାଲି କଳାହାଣ୍ଡିଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ । ଏହି ସମୟରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ମଧ୍ୟ ଯାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଏଥିପାଇଁ ଗ୍ରାମରେ ଏକ ଘଣ୍ଟା ପାଇଁ କାହାରିକୁ ଘରୁ ନବହାରିବାକୁ ମଧ୍ୟ କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସ ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ABOUT THE AUTHOR

...view details