ଭବାନୀପାଟଣା: ୨୦୧୬ ବହୁଚର୍ଚ୍ଚିତ କଳାହାଣ୍ଡି ନାବାଳିକା ଗଣଦୁଷ୍କର୍ମ ମାମଲାର(Kalahandi Minor Girl Rape Case) ରାୟ ଶୁଣାଇଲେ ଭବାନୀପାଟଣା Pocso କୋର୍ଟ । ୩ ଜଣ ଅଭିଯୁକ୍ତଙ୍କୁ ୭ ବର୍ଷ ସଶ୍ରମ କାରାଦଣ୍ଡ ଓ ୧୦ ହଜାର ଟଙ୍କା ଜୋରିମାନା ଦଣ୍ଡାଦେଶ କରିଛନ୍ତି କୋର୍ଟ । ସୂଚନା ଅନୁଯାୟୀ ଭବାନୀପାଟଣା ସଦର ଥାନାରେ ଗତ ୨୦୧୬ ମାର୍ଚ୍ଚ ମାସରେ ୩ ଜଣ ପାଇପ ମିସ୍ତ୍ରୀ ଜଣେ ନାବାଳିକାକୁ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଥିଲା । ଏନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କରିଥିଲା ।
ଜଣେ ନାବାଳିକା ଗାଧୋଇବା ସମୟରେ ଭବାନୀପାଟଣା ଆମ୍ବଗଛ ପଡ଼ାର ଧବଳେଶ୍ବର ନାଏକ ମୋବାଇଲରେ ନାବାଳିକାର ନଗ୍ନ ଫୋଟୋ ଉଠାଇ ବ୍ଲାକମେଲ ଓ ପରେ ପାଖରେ ଥିବା ମାଣିକେଶ୍ୱରୀ ମନ୍ଦିର ନିକଟକୁ ଡାକି ଦୁଷ୍କର୍ମ କରିଥିଲେ । ନଆସିଲେ ଫୋଟୋ ଭାଇରାଲ କରିଦେବା ନେଇ ଧମକ ମଧ୍ୟ ଦେଇଥିଲେ ଅଭିଯୁକ୍ତ । ଫଳରେ ନାବାଳିକା ଜଣକ ଫୋଟୋ ଭାଇରାଲ ହୋଇଯିବା ଭୟରେ ଅଭିଯୁକ୍ତ କହିବା ସ୍ଥାନକୁ ଆସିବା ପରେ, ଭବାନୀପାଟଣା ସହରର ସମ୍ଭୁନଗର ପଡାର ସମୀର ନାଗ, ପୁରୁଣା ପଡାର ସୁଦାମ ବେହେରା, ନାବାଳିକାକୁ ବାଇକ କେନ୍ଦୁଗୁଡା ଗାଁରେ ଥିବା ଏକ କାଜୁ ବଗୁଚାକୁ ନେଇ ସେଠାରେ ୩ ଦୁଷ୍କର୍ମ କରିଥିଲେ ।