ଭବାନୀପାଟଣା: ଜିଲ୍ଲାରେ ଚାଷୀଙ୍କ ପିଛା ଛାଡ଼ୁନି ମଣ୍ଡି ସମସ୍ୟା । ନଭେମ୍ବର ମାସରୁ ଆରମ୍ଭ ହୋଇଥିବା ମଣ୍ଡି ଫେବ୍ରୁଆରୀରେ ପହଞ୍ଚିଲାଣି । ହେଲେ ଆଜିବି ଚାଷୀଙ୍କ କଷ୍ଟ ଉପାର୍ଜିତ ଧାନ ମଣ୍ଡିରୁ ଉଠୁନି । ଖୋଲା ଆକାଶ ତଳେ ଲକ୍ଷଲକ୍ଷ କ୍ୱିଣ୍ଟାଲ ଧାନ ପଡିରହିଥିବାବେଳେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ମାତିଛନ୍ତି ସରକାରୀ ଅଧିକାରୀ ଓ ରାଜନେତା । ହେଲେ ଚାଷୀଙ୍କ ସମସ୍ୟା ବୁଝିବାକୁ କେହି ନାହାନ୍ତି ।
ଧାନର ଅବ୍ୟବସ୍ଥାକୁ ଦେଖିଲେ ଜଣାପଡୁଛି, ଜିଲ୍ଲାର ବିଭିନ୍ନ ମଣ୍ଡିରେ କିଭଳି ଖୋଲା ଆକାଶ ତଳେ ପଡି ରହିଛି ଲକ୍ଷ ଲକ୍ଷ କ୍ୱିଣ୍ଟାଲ ଧାନ ବସ୍ତା । କିଏ ନିଜ ଧାନକୁ ପାଲ ଘୋଡେଇ ରଖିଛି ତ ଆଉ କିଏ ଜଗି ବସିଛି । ଦିନେ କି ଦୁଇ ଦିନ ନୁହେଁ ମାସ ମାସ ଧରି ମଣ୍ଡିରେ ଧାନ ପଡିଥିଲେ ମଧ୍ୟ ଉଠାଇବା ପାଇଁ ନାଁ ସୋସାଇଟି ପଦକ୍ଷେପ ନେଉଛି ନାଁ ମିଲର୍ସ, ଫଳରେ ହନ୍ତସନ୍ତ ହେଉଛନ୍ତି ଚାଷୀ । ସେପଟେ କାଁ ଭାଁ ମଣ୍ଡିରୁ ଧାନ ଉଠାଣ ହେଉଥିବାବେଳେ ଧାନର ମାନକୁ ନେଇ ୮ରୁ ୯ କେଜି କଟନୀରେ ମିଲର୍ସ ଧାନ ଉଠାଣ ପାଇଁ କହୁଥିବାରୁ ଚାଷୀ ମଙ୍ଗୁ ନାହାନ୍ତି ।
Kalahandi Farmers Issue: ଧିମେଇ ଯାଇଛି ମଣ୍ଡି ବ୍ୟବସ୍ଥା, ଚିନ୍ତାରେ ଚାଷୀ - କଳାହାଣ୍ଡି ଚାଷୀ ସମସ୍ୟା
ଖୋଲା ଆକାଶ ତଳେ ଲକ୍ଷଲକ୍ଷ କ୍ୱିଣ୍ଟାଲ ଧାନ ପଡିରହିଥିବାବେଳେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ମାତିଛନ୍ତି ସରକାରୀ ଅଧିକାରୀ ଓ ରାଜନେତା । ହେଲେ ଚାଷୀଙ୍କ ସମସ୍ୟା ବୁଝିବାକୁ କେହି ନାହାନ୍ତି ବୋଲି ଅଭିଯୋଗ କରିଛନ୍ତି କଳାହାଣ୍ଡିର ଚାଷୀ । ଅଧିକ ପଢନ୍ତୁ
Kalahandi Farmers Issue: ଧିମେଇ ଯାଇଛି ମଣ୍ଡି ବ୍ୟବସ୍ଥା, ଚିନ୍ତାରେ ଚାଷୀ
ଟୋକନ ଖଣ୍ଡେ ଚାଷୀଙ୍କ ହାତରେ ଥିବାବେଳେ ବିକ୍ରିକୁ ନେଇ ସମସ୍ୟାର ସମ୍ମୁଖୀନ ହେଉଛି ଚାଷୀ । ଏପଟେ ମଣ୍ଡିରେ ଜାଡ ମାଡରେ ଘାଇଲା ହେଉଛି କଳାହାଣ୍ଡିର ଚାଷୀ । ମଣ୍ଡିରେ ପଡିଛି କୁଇଣ୍ଟାଲ କୁଇଣ୍ଟାଲ ଧାନ । ସେପଟେ ଅନେକ ଚାଷୀଙ୍କୁ ବର୍ତ୍ତମାନ ସୁଦ୍ଧା ଟୋକନ ମିଳିନଥିବା ବେଳେ ଖଳାରେ ଧାନକୁ ଧରି ବସିଛି ଚାଷୀ । ତେବେ ଟୋକାନ ନ ମିଳିବାରୁ ଶେଷରେ ବାଧ୍ୟହୋଇ ଚାଷୀ କମ ଦରରେ ଦଲାଲଙ୍କୁ ନିଜ କଷ୍ଟ ଉପାର୍ଜିତ ଧାନକୁ ବିକ୍ରି କରୁଥିବା ଅଭିଯୋଗ ହୋଇଛି ।
କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ