ଓଡିଶା

odisha

ETV Bharat / state

ପାଣି ପାଇଁ ତେଜିଲେ ମହିଳା, ଗଡାଇଲେ ଗରା-ମାଠିଆ

ପାଣି ପାଇଁ ଘୋର ସମସ୍ୟା। ତାତି ବଢିବା ସହ ବଡୁଛି ଜଳକଷ୍ଟ। ଏହାସହ ଅସହ୍ୟ ତାତିରେ ଜଳକଷ୍ଟର ସାମ୍ନା ନକରିପାରି କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ବାନେର ଗାଁର ସ୍ଥାନୀୟ ମହିଳାମାନେ ରାସ୍ତା ଅବରୋଧ କରିଛନ୍ତି।

By

Published : Apr 8, 2019, 11:47 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା କଳାହାଣ୍ଡି

କଳାହାଣ୍ଡି: ପାଣି ପାଇଁ ରାସ୍ତାରୋକ। ଜଳୁଛି ଟାୟାର ଓ ଗଡୁଛି ଗରା,ମାଠିଆ । ଏପରି ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ବାନେର ଗାଁରେ। ଆଜି ଭୋର ସକାଳ 5.30 ରୁ ସ୍ଥାନୀୟ ମହିଳାମାନେ ଅବରୋଧ କରି ଓହ୍ଲାଇଛନ୍ତି ରାଜରାସ୍ତାକୁ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା କଳାହାଣ୍ଡି

ତେବେ ଜିଲ୍ଲାରେ ଦୀର୍ଘଦିନ ଧରି ପିଇବା ପାଣି ସମସ୍ୟା ଲାଗି ରହିଛି। କିନ୍ତୁ ବର୍ତ୍ତମାନ ସମୟରେ ଅସହ୍ୟ ଗରମକୁ ଜଳ କଷ୍ଟ ଯାହା ଲୋକଙ୍କୁ ଦୁର୍ଦ୍ଦଶାକୁ ଦ୍ବିଗୁଣ କରିଦେଇଛି । ଘଟଣା ବିଷୟରେ ସ୍ଥାନୀୟ ପ୍ରଶାସନକୁ ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନାହିଁ। ଯେଉଁଥିପାଇଁ ବାଧ୍ୟହୋଇ ରାଜରାସ୍ତାକୁ ଓହ୍ଲାଇଛନ୍ତି ଏଠାକାର ସାଧାରଣ ଜନତା ।

ଘଟଣା ବିଷୟରେ ଖବର ପାଇ ବିଡିଓ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କ ସହ ଆଲୋଚନା ଜାରି ରଖିଛନ୍ତି। ତେବେ ପାଣି ପାଇଁ ଏଠାକାର ଲୋକମାନେ ପାଖରେ ଥିବା ଝରଣା ଓ କୂଅ ଉପରେ ନିର୍ଭର କରୁଥିବା ଅଭିଯୋଗ ହୋଇଛି ।

କଳାହାଣ୍ଡିରୁ ଅଜିତ୍ ସିଂ , ଇଟିଭି ଭାରତ

ABOUT THE AUTHOR

...view details