ଭବାନୀପାଟଣା:ଲିଜ ବାହାରେ ବେଆଇନ ଭାବେ ପଥର ଖୋଳି ଧରା ପଡିଛନ୍ତି କଳାହାଣ୍ଡିର କ୍ରସର ମାଲିକ । ଏହି ଘଟଣାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଚଢାଉ କରାଯାଇ ୪ଟି କ୍ରସରକୁ ସିଲ କରାଯିବା ସହ ୪୨ ଲକ୍ଷ ଟଙ୍କା ଜୋରିମାନା ଆଦାୟ କରାଯାଇଛି ।
ବେଆଇନ ଭାବେ ପଥର ଖୋଳି ୪୨ ଲକ୍ଷ ତଣ୍ଡ ଗଣିଲେ କ୍ରସର ମାଲିକ ! - କଳାହାଣ୍ଡିରେ ୪କ୍ରସର ମାଲିକଠୁ ୪୨ଲକ୍ଷ ଜୋରିମାନା ଆଦାୟ
ଲିଜ ଅଞ୍ଚଳ ବାହାରେ ଏପରିକି ଲିଜ ଅବଧି ସରିବା ପରେ ବେଆଇନ ଭାବେ ପଥର ଖୋଳି ଧରା ପଡିଛନ୍ତି କଳାହାଣ୍ଡିର କ୍ରସର ମାଲିକ । ଏହି ଘଟଣାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଚଢାଉ କରାଯାଇ ୪ଟି କ୍ରସର ସିଲ୍ କରାଯିବା ସହିତ ୪୨ ଲକ୍ଷ ଜୋରିମାନା ଆଦାୟ କରାଯାଇଛି । ଅଧିକ ପଢନ୍ତୁ
ସୂଚନା ଅନୁଯାୟୀ, ଧର୍ମଗଡ଼ ସବ ଡିଭିଜନ ଅନ୍ତର୍ଗତ କାଶୀବାହାଲ ଠାରେ ଥିବା ଶିବଶକ୍ତି ଷ୍ଟୋନ କ୍ରସର, ଶ୍ରୀ ଜଗନ୍ନାଥଷ୍ଟୋନ କ୍ରସର ଏବଂ ସର୍ଗିଗୁଡା ଠାରେ ଥିବା ଅନ୍ୟ ଦୁଇଟି କ୍ରସର ଲିଜ ଅଞ୍ଚଳ ବାହାରେ ପଥର ଖନନ କରୁଥିବା ନେଇ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଭିତ୍ତି କରି ଧର୍ମଗଡ଼ ଉପ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ୪ଟି କ୍ରସରେ ଉପରେ ଏକକାଳୀନ ଚଢ଼ାଉ କରାଯାଇଥିଲା । କଳାହାଣ୍ଡି ଜିଲ୍ଲାର କୋକସରା ଅଞ୍ଚଳରେ ଦୀର୍ଘ ଦିନରୁ ଚାଲୁଥିବା ଏହି ୪ଟି କ୍ରସର ୟୁନିଟ୍ ଲିଜ ଅବଧି ସରିବା ପରେ ବି ବେଆଇନ ଭାବେ ପଥର ଖୋଳୁଥିଲେ । ଏପରିକି ଲିଜ ଅଞ୍ଚଳ ବାହାରକୁ ଯାଇ ମଧ୍ୟ ପଥର ଖୋଳୁଥିଲେ । ତଦନ୍ତ ପରେ ଏନେଇ ଜଣାପଡିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ୪ଟି କ୍ରସର ୟୁନିଟକୁ ସିଲ କରାଯିବା ସହିତ ୪୨ ଲକ୍ଷ ଟଙ୍କାର ଜୋରିମାନା ଆଦାୟ କରାଯାଇଛି ବୋଲି ସୂଚନା ଦେଇଛନ୍ତି କୋକସରା ତହସିଲଦାର ।
ଇଟିଭି ଭାରତ, କଳାହାଣ୍ଡି