ଓଡିଶା

odisha

ETV Bharat / state

ମଣ୍ଡିରୁ ଧାନ ଉଠାଣ ଦାବିରେ କଳାହାଣ୍ଡି ବିଜେପିର ଚକାଜାମ ଆନ୍ଦୋଳନ

ମଣ୍ଡିରୁ ଧାନ ଉଠାଣ ଦାବିରେ ବିଜେପିର ଚକାଜାମ ଆନ୍ଦୋଳନ । କଳାହାଣ୍ଡି ଜିଲ୍ଲାରେ ମଣ୍ଡିଗୁଡିକରେ ଅବ୍ୟବସ୍ଥା ଲାଗି ରହିଥିବାରୁ ମଣ୍ଡିରେ ପଡି ରହିଛି କ୍ବିଣ୍ଟାଲ କ୍ବିଣ୍ଟାଲ ଧାନ । ଅଧିକ ପଢନ୍ତୁ...

By

Published : Feb 13, 2021, 3:56 PM IST

ମଣ୍ଡିରୁ ଧାନ ଉଠାଣ ଦାବିରେ କଳାହାଣ୍ଡି ବିଜେପିର ଚକାଜାମ ଆନ୍ଦୋଳନ
ମଣ୍ଡିରୁ ଧାନ ଉଠାଣ ଦାବିରେ କଳାହାଣ୍ଡି ବିଜେପିର ଚକାଜାମ ଆନ୍ଦୋଳନ

ଭବାନୀପାଟଣା: ମଣ୍ଡିରୁ ଧାନ ଉଠାଣ ଦାବିରେ ବିଜେପିର ଚକାଜାମ ଆନ୍ଦୋଳନ । କଳାହାଣ୍ଡି ଜିଲ୍ଲାରେ ମଣ୍ଡି ଗୁଡିକରେ ଅବ୍ୟବସ୍ଥା ଲାଗି ରହିଥିବାରୁ ମଣ୍ଡିରେ ପଡି ରହିଛି କ୍ବିଣ୍ଟାଲ କ୍ବିଣ୍ଟାଲ ଧାନ । ଜିଲ୍ଲାର 210 ଗୋଟି ମଣ୍ଡିରେ ଧାନ ପଡି ରହିଛି । ଯାହାକୁ ବିରୋଧ କରି ବିଜେପି ପକ୍ଷରୁ ଚକା ଜାମ କରାଯାଇଛି ।

ମଣ୍ଡିରୁ ଧାନ ଉଠାଣ ଦାବିରେ କଳାହାଣ୍ଡି ବିଜେପିର ଚକାଜାମ ଆନ୍ଦୋଳନ
ଗତ 5 ତାରିଖରୁ 8 ତାରିଖ 3 ଦିନ ଧରି 210 ଗୋଟି ଧାନ ମଣ୍ଡିରେ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲା ବିଜେପି । ଆଜି ପୁଣି ମଣ୍ଡିରୁ ଧାନ ଉଠାଣ ଦାବିରେ ରାଜରାସ୍ତାକୁ ଓହ୍ଲାଇଛି । ଜିଲ୍ଲାର ୧୭ ଟି ସ୍ଥାନରେ ବିଜେପି ପକ୍ଷରୁ ରାସ୍ତା ଅବରୋଧ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ସାମିଲ ହେବା ସହ ସରକାରଙ୍କୁ ସମାଲୋଚନା କରିଥିଲେ। ରାସ୍ତା ଅବରୋଧ ଯୋଗୁଁ ରାସ୍ତାର ଦୁଇ ପାର୍ଶ୍ଵରେ ଯାନବାହନ ଅଟକି ରହିବା ସହ ଯାତାୟାତ ଠପ ହୋଇପଡିଥିଲା ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ABOUT THE AUTHOR

...view details