ଓଡିଶା

odisha

ETV Bharat / state

ଚାଷୀଙ୍କୁ ଭରସା ହାଣ୍ଡିଦରୋ, ଏକଜୁଟ ହୋଇ ଜଣାଇଲେ ଦାବି - କଳାହାଣ୍ଡି ଖବର

ମାଣିକେରା ଅଞ୍ଚଳର ଶହ ଶହ ଚାଷୀ ଏବେ ଏହି ହାଣ୍ଡି ଦରୋ ପାଣିକୁ ନେଇ ଆଶା ବାନ୍ଧି ବସିଛନ୍ତି । ଅଧିକ ପଢନ୍ତୁ...

ଚାଷୀଙ୍କୁ ଭରସା ହାଣ୍ଡିଦରୋ, ଏକଜୁଟ ହୋଇ ଜଣାଇଲେ ଦାବି
ଚାଷୀଙ୍କୁ ଭରସା ହାଣ୍ଡିଦରୋ, ଏକଜୁଟ ହୋଇ ଜଣାଇଲେ ଦାବି

By

Published : Nov 3, 2020, 9:04 AM IST

Updated : Nov 3, 2020, 9:50 AM IST

ଭବାନୀପାଟଣା: ଚାଷୀଙ୍କୁ ଭରସା ହାଣ୍ଡିଦରୋ । କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକର ମାଣିକେରା ପଞ୍ଚାୟତରୁ ଦକ୍ଷିଣ ଦିଗରେ ଟାପରାଙ୍ଗ ଦେଇ 6 କିମି ଦୂରକୁ ଗଲେ ପଡେ ଏହି ହାଣ୍ଡି ଦରୋ । ଚିରସ୍ରୋତା ରାହୁଲ ନଦୀର ଏହା ଏକ ମୁହାଣ । ଆଉ ସ୍ଥାନୀୟ ଲୋକେ ଏହାକୁ ହାଣ୍ଡି ଦରୋ ବୋଲି କହିଥାନ୍ତି । ଏହି ମୁହାଣରେ ଅଛି ଅକାତ କାତ ପାଣି । ତେବେ ମାଣିକେରା ଅଞ୍ଚଳର ଶହ ଶହ ଚାଷୀ ଏବେ ଏହି ହାଣ୍ଡି ଦର ପାଣିକୁ ନେଇ ଆଶା ବାନ୍ଧି ବସିଛନ୍ତି ।

ଚାଷୀଙ୍କୁ ଭରସା ହାଣ୍ଡିଦରୋ, ଏକଜୁଟ ହୋଇ ଜଣାଇଲେ ଦାବି

ଯଦି ସରକାରୀ ସ୍ତରରେ ତଥା ରାଜନୈତିକ ସ୍ତରରେ ଏହାକୁ ପ୍ରୋତ୍ସାହନ ଦିଆଯାଇ ମେଗା ଜଳସେଚନ ପ୍ରକଳ୍ପ ଭଳି କିଛି ଯୋଜନା କରାଗଲେ ମାଣିକେରା ସମେତ ସିଂ ପୁର. ଡି. କର୍ଲାଖୁଣ୍ଟା ତଥା ମୋହନଗିରି ଆଦି 4 ଟି ପଞ୍ଚାୟତର ହଜାର ହଜାର ଚାଷୀଙ୍କ ଜମିକୁ ଜଳସେଚନ ହୋଇପାରନ୍ତା । ଏଥିପାଇଁ ଅଞ୍ଚଳର ସମସ୍ତ ଚାଷୀ ଏକଜୁଟ ହୋଇ ହାଣ୍ଡିଦରୋ ନାମରେ ଏକ ସଂଘ ଗଠନ କରି ବିଭିନ୍ନ ମାଧ୍ୟମରେ ସରକାରଙ୍କୁ ନିଜର ଦାବି ଜଣାଇଛନ୍ତି।

କଳାହାଣ୍ଡିରୁ ଅଜିତ୍ ସିଂ, ଇଟିଭି ଭାରତ

Last Updated : Nov 3, 2020, 9:50 AM IST

ABOUT THE AUTHOR

...view details