ଓଡିଶା

odisha

ETV Bharat / state

ଥୁଆମୂଳ ରାମପୁରର ଆଇଟିଡିଏ ମାର୍କେଟ କମ୍ପ୍ଲେକ୍ସ ସିଲ୍

ଆଦିବାସୀ ଶିକ୍ଷିତ ଯୁବକଯୁବତୀଙ୍କ ମଧ୍ୟରୁ ଯୋଗ୍ୟ ହିତାଧିକାରୀଙ୍କୁ ଚୟନ କରି ଲିଜ୍ ସୂତ୍ରରେ ଯୋଗାଇ ଦିଆଯାଉଥିବା ଦୋକାନ ଗୃହକୁ କିଛି ଅନ୍ୟ ବର୍ଗର ଲୋକଙ୍କ ବେନିୟମ ଦଖଲ କରୁଥିଲେ । ଯେଉଁଥିପାଇଁ ଯୋଗ୍ୟ ଆଦିବାସୀ ଶିକ୍ଷିତ ଯୁବକଯୁବତୀ ହିତାଧିକାରୀଙ୍କୁ ଏଥିରୁ ବଞ୍ଚିତ ହେଉଥିଲେ । ଏନେଇ ଆଇଟିଡିଏ ମାର୍କେଟ କମ୍ପ୍ଲେକ୍ସ ସିଲ୍ କରାଯାଇଛି ।

By

Published : Feb 21, 2021, 8:08 PM IST

ଥୁଆମୂଳ ରାମପୁରର ଥୁଆମୂଳ ରାମପୁରର
ଥୁଆମୂଳ ରାମପୁରର ଥୁଆମୂଳ ରାମପୁରର

ଭବାନୀପାଟଣା: ସିଲ ହେଲା ଥୁଆମୂଳ ରାମପୁରର ଆଇଟିଡିଏ ମାର୍କେଟ କମ୍ପ୍ଲେକ୍ସ। ବେନିୟମ ଭାବେ ଜବର ଦଖଲ କରିଥିବା ଦୋକାନର ସମସ୍ତ ଜିନିଷପତ୍ର ବାହାର କରି ଦୋକାନକୁ ସିଲ୍ କରାଯାଇଛି ।

କଳାହାଣ୍ଡିରେ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ପକ୍ଷରୁ ଆଦିବାସୀ ଶିକ୍ଷିତ ଯୁବକଯୁବତୀଙ୍କ ମଧ୍ୟରୁ ଯୋଗ୍ୟ ହିତାଧିକାରୀଙ୍କୁ ଚୟନ କରି ଲିଜ୍ ସୂତ୍ରରେ ଦୋକାନ ଗୃହ ଯୋଗାଇ ଦେବା ଉଦ୍ଦେଶ୍ୟରେ ୨୦୧୬ ମସିହାରେ ଏହି ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କରାଯାଇଥିଲା।

ଥୁଆମୂଳ ରାମପୁରର ଥୁଆମୂଳ ରାମପୁରର

କିନ୍ତୁ କିଛି ଅନ୍ୟ ବର୍ଗର ଲୋକଙ୍କ ବେନିୟମ ଦଖଲ ଯୋଗୁଁ ଯୋଗ୍ୟ ଆଦିବାସୀ ଶିକ୍ଷିତ ଯୁବକଯୁବତୀ ହିତାଧିକାରୀଙ୍କୁ ଏଥିରୁ ବଞ୍ଚିତ ହେବାକୁ ପଡିଥିଲା। ଏନେଇ ବାରମ୍ବାର ଅଭିଯୋଗ ହୋଇଥିଲେ ମଧ୍ୟ ବିଭାଗୀୟ ଅଧିକାରୀ କୌଣସି ପଦକ୍ଷେପ ନେଉନଥିଲେ।

ଆଇଟିଡିଏର ଅଧିକାରୀ ବିରଞ୍ଚି ନାରାୟଣ ଦରଓ୍ବାନଙ୍କ ନେତୃତ୍ୱରେ ସ୍ଥାନୀୟ ପୋଲିସର ସହଯୋଗରେ ମାଜିଷ୍ଟ୍ରେଟ ଦାୟିତ୍ବରେ ଥୁଆମୂଳ ରାମପୁର ତହସିଲଦାର ବିନୟ କୁମାର ଭୋଇ ବେନିୟମ ଭାବେ ଦଖଲ କରିଥିବା ଦୋକାନର ସମସ୍ତ ଜିନିଷପତ୍ର ବାହାର କରି ସବୁ ଦୋକାନକୁ ସିଲ୍ କରିଛନ୍ତି।

ଆଗାମୀ ଦିନରେ ଯୋଗ୍ୟ ହିତାଧିକାରୀ ଚୟନ କରି ନିୟମାନୁସାରେ ଦୋକାନ ଘର ଦିଆଯିବ ଏବଂ ଅନ୍ୟ ବର୍ଗର ଯେଉଁମାନେ ବେନିୟମ ଜବର ଦଖଲ କରିଥିଲେ ସେମାନଙ୍କ ଠାରୁ ଜୋରିମାନା ଆଦାୟ କରାଯିବ ବୋଲି ଆଇଟିଡିଏ ଅଧିକାରୀ ସୂଚନା ଦେଇଛନ୍ତି।

କଳାହାଣ୍ଡିରୁ ଅଜିତ କୁମାର ସିଂହ, ଇଟିଭି ଭାରତ

ABOUT THE AUTHOR

...view details