ଓଡିଶା

odisha

ବାଟବଣା ମନରେଗା ଯୋଜନା; କାମ ପରେ ବି ମିଳୁନି ପ୍ରାପ୍ୟ

By

Published : Jul 28, 2021, 8:03 AM IST

ମନରେଗା ଯୋଜନାରେ ଅନିୟମିତତା । କାମ ପରେ ବି ମିଳୁନି ପ୍ରାପ୍ୟ । ଏପରି ଅଭିଯୋଗ ଆସିଛି କଳାହାଣ୍ଡି ଜିଲ୍ଲା ମାଡ଼ିଂଙ୍ଗପଦର ଗାଁରୁ । ଅଧିକ ପଢନ୍ତୁ...

ବାଟବଣା ମନରେଗା ଯୋଜନା
ବାଟବଣା ମନରେଗା ଯୋଜନା

ଭବାନୀପାଟଣା: ମନରେଗା ଯୋଜନାରେ ଅନିୟମିତତା । ଗରିବ ଖଟିଆଖିଙ୍କ ଆର୍ଥିକ ସ୍ଥିତି ସୁଦୃଢ କରିବାକୁ ସେମାନଙ୍କ ପାଇଁ ୨୦୦୫ରୁ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ଆରମ୍ଭ ହୋଇଛି । ହିତାଧିକାରୀଙ୍କୁ କାର୍ଡ ବଣ୍ଟନ ସହ କାମ ବି ଯୋଗାଇ ଦିଆଯାଉଛି ହେଲେ ମଜୁରୀ ମିଳୁ ନାହିଁ । ଏପରି ଅଭିଯୋଗ ଆସିଛି କଳାହାଣ୍ଡି ଜିଲ୍ଲା ମାଡ଼ିଂଙ୍ଗପଦର ଗାଁରୁ ।

ବାଟବଣା ମନରେଗା ଯୋଜନା

ମନରେଗା ଯୋଜନା ମାଧ୍ୟମରେ ଜବକାର୍ଡଧାରୀଙ୍କୁ ବର୍ଷକୁ ୧୦୦ ଦିନର କର୍ମ ନିଯୁକ୍ତି ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ । ହେଲେ ଏହି ଗାଁରର ପ୍ରାୟ ୪୦ ଜଣ ହିତାଧିକାରୀଙ୍କୁ ମନରେଗା ଯୋଜନାରେ ପଞ୍ଚାୟତ ତରଫରୁ ପୋଖରୀ ଓ ରାସ୍ତା ନିର୍ମାଣ କାର୍ଯ୍ୟରେ କାମ ମିଳିଥିଲା । ହେଲେ କାମ ସରିବାର ଆଜକୁ ପ୍ରାୟ ୨ ବର୍ଷ ପରେ ମଧ୍ୟ ଶ୍ରମିକଙ୍କୁ ମଜୁରୀ ମିଳିନାହିଁ । ଏନେଇ ହିତାଧିକାରୀ ବାରମ୍ବାର ପଞ୍ଚାୟତ ଅଫିସଠାରୁ ନେଇ ବ୍ଲକ ଅଧିକାରୀଙ୍କ ଦ୍ବାରସ୍ଥ ପରେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଅଭିଯୋଗ କରିଛନ୍ତି ।

ରାଜ୍ୟରେ ଦାଦନ ପ୍ରଥାକୁ ରୋକିବା ପାଇଁ ସରକାର ବିଭିନ୍ନ ଯୋଜନା ପ୍ରସ୍ତୁତ କରି ଅର୍ଥ ବ୍ୟୟବରାଦ କରୁଛନ୍ତି ହେଲେ ମନରେଗା ଯୋଜନାରେ ହିତାଧିକାରୀମାନେ ଦୀର୍ଘ ୨ ବର୍ଷ ଧରି ମଜୁରୀରୁ ବଞ୍ଚିତ ହୋଇଛନ୍ତି । ଯାହା ପରୋକ୍ଷରେ ଦାଦନ ପ୍ରଥାକୁ ସମର୍ଥନ କରିବା ପରି ମନେହୁଏ । ଏ ପ୍ରସଙ୍ଗରେ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳଙ୍କୁ ଜଣାଇଛନ୍ତି ଅଭିଯୋଗକାରୀ । ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ବୋଲି କହିଛନ୍ତି ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ।

କଳାହାଣ୍ଡିରୁ ଅଜିତ୍ କୁମାର ସିଂ,ଇଟିଭି ଭାରତ

ABOUT THE AUTHOR

...view details