ଭବାନୀପାଟଣା: ସାତ ଜନ୍ମ ହାତ ଧରି ଚାଲିବା ପାଇଁ କଥା ଦେଇଥିବା ସ୍ବାମୀ ସେଇ ହାତରେ ସ୍ତ୍ରୀର ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏପରି ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଗୋଲମୁ୍ଣ୍ଡା ଥାନା ଅନ୍ତର୍ଗତ ବୈଜଳପରୁ ଗାଁରେ ।
ସୂଚନାନୁସାରେ, ସ୍ତ୍ରୀ ଡାଳିମ୍ବ ହରପାଳ ଘରେ ଶୋଇଥିବା ବେଳେ ସ୍ବାମୀ ବେଣୁଧର ହରପାଳ ତାଙ୍କ ତଣ୍ଟି ଚିପି ହତ୍ୟା କରିଥିବା ଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ମୃତକଙ୍କ ବାପଘର ଲୋକ । ଡାଳିମ୍ବଙ୍କୁ ବାରମ୍ବାର ନିର୍ଯ୍ୟାତନା ଦିଆଯାଉଥିଲା । ତାଙ୍କୁ ଘରୁ ବାହାର କରିଦେବାକୁ ବାରମ୍ବାର କୁହାଯାଉଥିବା କହିଛନ୍ତି ମୃତକଙ୍କ ଭାଇ । ତାଙ୍କୁ ଯୋଜନାବଦ୍ଧ ଭାବରେ ହତ୍ୟା କରାଯାଇଥିବା ଅଭିଯୋଗରେ କହିଛନ୍ତି ମୃତକଙ୍କ ପରିବାର ଲୋକ ।