ଓଡିଶା

odisha

By

Published : Mar 20, 2021, 10:30 PM IST

ETV Bharat / state

ପତ୍ନୀକୁ ହତ୍ୟା କରି ଆତ୍ମହତ୍ୟା ରୂପ ଦେଲା ପତି, ବାନ୍ଧିନେଲା ପୋଲିସ

ପତ୍ନୀକୁ ତଣ୍ଟି ଚିପି ହତ୍ୟା । ଆତ୍ମହତ୍ୟା ର ରୂପ ଦେଇ ଖସିବାକୁ ଚେଷ୍ଟା କରୁଥିଲା ସ୍ବାମୀ । ଶେଷରେ ହତ୍ୟାକାରୀ ସ୍ବାମୀର ହାତରେ ହାତକଡି ପକାଇଛି ସ୍ବାମୀ । ଅଧିକ ପଢନ୍ତୁ..

Husband arrested for allegedly killing wife
Husband arrested for allegedly killing wife

କଳାହାଣ୍ଡି: ପତ୍ନୀକୁ ହତ୍ୟା ଅଭିଯୋଗରେ ଜେଲ ଗଲା ହତ୍ୟାକାରୀ ସ୍ବାମୀ । କଳାହାଣ୍ଡି ଆମପାଣି ଥାନା ଅନ୍ତର୍ଗତ କେନ୍ଦୁଗୁଡା ଗାଁ ରେ ଶୁକ୍ରବାର ଜଣେ ବିବାହିତା ମହିଳା ଚନ୍ଦ୍ରା ପୁଝାରିଙ୍କ ମୃତଦେହ ଶୋଇବା କୋଠରୀରୁ ଉଦ୍ଧାର କରିଛି ଆମପାଣି ପୋଲିସ । ପାରିବାରିକ କଳହକୁ ନେଇ ମହିଳା ବେକରେ ଶାଢ଼ୀ ବାନ୍ଧି ଆତ୍ମହତ୍ୟା କରିଥିବା ନେଇ ପ୍ରାଥମିକ ତଦନ୍ତରୁ ପୋଲିସ ଜାଣିବାକୁ ପାଇଛି ।

ତେବେ ପୋଲିସ ପହଞ୍ଚିବା ପୂର୍ବରୁ ମୃତ ମହିଳାଙ୍କ ସ୍ବାମୀ ଟଙ୍କଧର ପୁଝାରି ସ୍ତ୍ରୀଙ୍କୁ ଫାସରୁ କାଢି ଖଟରେ ଶୁଆଇ ଦେଇଥିବା ଦେଖିବାକୁ ମିଳିଛି । ଏନେଇ ମୃତ ମହିଳାଙ୍କ ପରିବାର ପକ୍ଷରୁ ଝିଅକୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ଆସିଛି । ପରେ ପୋଲିସ ସାଇଣ୍ଟିଫିକ ଟିମ ସାହାଯ୍ୟରେ ଛାନବିନ ଆରମ୍ଭ କରିବା ପରେ ମହିଳା ଙ୍କ ମୃତଦେହ କୁ ବ୍ୟବଚ୍ଛେଦ ପାଇଁ କୋକସରା ହସ୍ପିଟାଲ ପଠାଇବା ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରି ତଦନ୍ତ ଆରମ୍ଭ କରିଛି ।

ମୃତ ମହିଳାଙ୍କ ବାପାଙ୍କ ଅଭିଯୋଗ ଅନୁସାରେ ତାଙ୍କ ଜ୍ବାଇଁ ଟଙ୍କଧର ପୁଝାରିଙ୍କୁ ପୋଲିସ ଅଟକ ରଖିଥିଲା । ପରେ ସାଇଣ୍ଟିଫିକ ଟିମ ର ତଦନ୍ତ ଓ ଅନ୍ୟ ସମସ୍ତ ପାରିପାର୍ଶ୍ବିକ ଅବସ୍ଥାକୁ ଅନୁଧ୍ୟାନ କରି ମହିଳାଙ୍କୁ ତଣ୍ଟି ଚିପି ହତ୍ୟା କରା ଯାଇଥିବା ଜଣାପଡିଛି । ଏହା ପରେ ତାକୁ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରାଯାଇଥିବା ସ୍ପଷ୍ଟ ପରେ ଅଭିଯୁକ୍ତ ସ୍ବାମୀକୁ ଆମପାଣି ଥାନା କେଶ ନମ୍ବର ୨୪/୨୧ ଧାରା ୪୯୮(୪)ଓ ୩୦୨ ଆଇ ପିସିରେ ମାମଲା ରୁଜୁ କରି ଜାମିନ ନାମଞ୍ଜୁର ହେବାରୁ କୋର୍ଟ ଚାଲାଣ କରାଯାଇଥିବା ନେଇ ସୁଚନା ଦେଇଛନ୍ତି ଆମପାଣି ପୋଲିସ ।

ତେବେ ବିବାହର ୧୨ ବର୍ଷ ପରେ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ କେଉଁ କାରଣକୁ ନେଇ ମନମାଳିନ୍ୟ ହେଲା ଓ ସ୍ବାମୀ ଏଭଳି ସୈତାନ ସାଜିଲା ତାହା ସ୍ପଷ୍ଟ ହୋଇନାହିଁ ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ABOUT THE AUTHOR

...view details