ଓଡିଶା

odisha

ETV Bharat / state

ଡହଡହ ଖରାରେ ସିଝୁଛି କଳାହାଣ୍ଡି, ଖାଁ ଖାଁ ଦୋକାନ ବଜାର - summer

କଳାହାଣ୍ଡିରେ ଦିନକୁ ଦିନ ବଢିଚାଲିଛି ଗରମ । ଏଠାରେ ତାପମାତ୍ରା 43 ଡିଗ୍ରୀକୁ ଛୁଇଁଛି । ଅସହ୍ୟ ଗରମ ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହେଲେଣି ଜିଲ୍ଲାବାସୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

By

Published : May 25, 2019, 9:37 PM IST

କଳାହାଣ୍ଡି: ସାରାରାଜ୍ୟରେ ବର୍ଷୁଛି ନିଆଁର ବର୍ଷା । ଝାଞ୍ଜି ପବନ ସାଙ୍ଗକୁ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହେଲେଣି ଜନଜୀବନ । ସୂର୍ଯ୍ୟଙ୍କ ପ୍ରଖର ରୂପକୁ ପ୍ରଚଣ୍ଡ ରୌଦ୍ର ତାପରେ ଭୟଭୀତ ଜୀବଜଗତ । ସତେ ଯେପରି ତତଲା କଡେଇରେ ଭାଜି ହୋଇଯାଉଛି କଳାହାଣ୍ଡି । ସହରର ତାପମାତ୍ରା ଏବେ ୪୩ ଡିଗ୍ରୀରୁ ଅଧିକ । ଅସହ୍ୟ ଗରମ ସାଙ୍ଗକୁ ଅଘୋଷିତ ବିଜୁଳି କାଟ ଲୋକଙ୍କ ଦୁଃଖକୁ ଦ୍ଵିଗୁଣିତ କରିଦେଉଛି । ମୁଣ୍ଡଫଟା ଖରାରେ ବନ୍ଦ ରହୁଛି ଦୋକାନ ବଜାର । ଟାଣ ଖରା ଯୋଗୁଁ ଖାଁ ଖାଁ ଲାଗୁଛି ସହର ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

ତାତିରେ ପୋଡିଯାଉଛି ପଥଚାରୀଙ୍କ ମୁହଁ ଓ ଦେହ । ଖରାରୁ ତ୍ରାହି ପାଇବା ପାଇଁ କିଏ ମୁଣ୍ଡରେ ଗାମୁଛା ବାନ୍ଧି ଯାତାୟତ କରୁଛି ତ କିଏ କଳାଚଷମା ଆଉ ଛତା ବ୍ୟବହାର କରୁଛି । ଗରମରୁ ଆରାମ ପାଇବା ପାଇଁ ଲୋକଙ୍କ ଭିଡ ଜମୁଛି ଲସି ଓ ଆମ୍ୱରସ ଦୋକାନରେ । ଲସି କିମ୍ବା ଆମ୍ବ ରସ ଟିକିଏ ପିଇ ଦେଇ ବେଶ୍ ଆଶ୍ବସ୍ଥି ଅନୁଭବ କରୁଛନ୍ତି ଲୋକେ । ସେପଟେ ପାଣି ପାଇଁ ହାହାକାର ହେଉଛନ୍ତି ଜିଲ୍ଲାବାସୀ । ଜଳ କଷ୍ଟ ଦୂର କରିବା ଏବଂ ଅଂଶୁଘାତ ଜନିତ ସମସ୍ୟା ପାଇଁ ପ୍ରଶାସନ ସମ୍ପୂର୍ଣ୍ଣ ଆଲର୍ଟ ଥିବା କହିଛନ୍ତି ।

ସେପଟେ ସକାଳ ହେଲେ ଲୋକଙ୍କ ଚିନ୍ତା ବଢି ଯାଉଛି । ଯେଉଁମାନଙ୍କ କାମ ଅଛି ସେମାନେ ଛତା, ଟୋପି କିମ୍ବା ମୁଣ୍ଡରେ ଗାମୁଛା ପକାଇ ଖରାକୁ ବାହାରୁଛନ୍ତି । ଦିନ ୧୦ ଟାରୁ ୫ଟା ପର୍ଯ୍ୟନ୍ତ ଜିଲ୍ଲାର ଅଧିକାଂଶ ଦୋକାନ ବଜାର ବନ୍ଦ ରହୁଥିବାବେଳେ ରାଜରାସ୍ତା ଶୁନ୍‍ଶାନ୍‍ ହୋଇଯାଉଛି । କେବଳ ସନ୍ଧ୍ୟା ହେଲେ ହିଁ ଲୋକେ ଘରୁ ବାହାରକୁ ବାହାରୁଛନ୍ତି । ଏପରି ସ୍ଥଳରେ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ସଦାବେଳେ ଲୋକଙ୍କୁ ସାହାଯ୍ୟ କରିବା ନିମନ୍ତେ ସଜାଗ ଥିବା ସୂଚନା ଦେଇଛନ୍ତି ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ABOUT THE AUTHOR

...view details