ଓଡିଶା

odisha

ETV Bharat / state

ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ କଳାହାଣ୍ଡି - ବର୍ଷା ରେକର୍ଡ

ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ହୋଇପଡିଛି କଳାହାଣ୍ଡି ଜିଲ୍ଲା । ଗତ 3 ଦିନ ଧରି ଲାଗି ରହିଥିବା ଅବିଶ୍ରାନ୍ତ ବର୍ଷା ଫଳରେ କର୍ଲାମୁଣ୍ଡାରେ ସର୍ବାଧିକ 608 ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।

ଡିଜାଇନ ଫଟୋ

By

Published : Aug 14, 2019, 6:45 PM IST

କଳାହାଣ୍ଡି: ଗତ ୭୨ ଘଣ୍ଟା ଧରି ଅବିଶ୍ରାନ୍ତ ବର୍ଷା ପରେ ଜିଲ୍ଲାରେ ସଙ୍ଗୀନ ହୋଇଛି ବନ୍ୟା ପରିସ୍ଥିତି । କେଉଁଠି ନଦୀ ଉଛୁଳୁଛି ତ ପୁଣି କେଉଁଠି ସୁଅ କାଟି ଗାଁ ମଧ୍ୟକୁ ପ୍ରବେଶ କରୁଛି ବନ୍ୟା ପାଣି । ପାଣିପାଗ ବିଭାଗ ଅନୁସାରେ କେବଳ କର୍ଲାମୁଣ୍ଡା ବ୍ଲକରେ ରାଜ୍ୟରେ ସର୍ବାଧିକ ୬୦୮ ମିଲିମିଟର ବର୍ଷା ରେକର୍ଡ ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

ରେତ ନଦୀରେ ବନ୍ୟା ଯୋଗୁଁ ଲାଞ୍ଜିଗଡ ବ୍ଲକର ୬ ଟି ଗାଁ ଜଳବନ୍ଦୀ ହୋଇଛି । ସେପଟେ ହାତୀ ନଦୀ ଫୁଲୁଥିବାରୁ ଆତଙ୍କିତ ଅବସ୍ଥାରେ ନଈକୂଳିଆ ଲୋକେ । ଅନ୍ୟପଟେ ମଦନପୁର ରାମପୁରରେ ୪୪୫ ମିଲିମିଟର ବର୍ଷା ଯୋଗୁଁ ଉର୍ଲାଦାନୀ ଠାରେ ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ଭବାନୀପାଟଣା-ବଲାଙ୍ଗୀର-ବ୍ରହ୍ମପୁରକୁ ଯୋଗାଯୋଗ ବ୍ୟାହତ ହୋଇଛି । ସେହିପରି କେସିଙ୍ଗା ବ୍ଲକ ମଧ୍ୟ ବେଶ ପ୍ରଭାବିତ ହୋଇଛି । ଜିଲ୍ଲାର ୧୭ଟି ଗାଁର ୮୯୨ ଜଣ ବନ୍ୟା ବିପନ୍ନଙ୍କୁ ବନ୍ୟା ଆଶ୍ରୟସ୍ଥଳୀରେ ରଖାଯାଇ ପ୍ରଶାସନ ପକ୍ଷରୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି ।

ସେପଟେ ଚାଷୀ କ୍ଷେତ୍ର ପ୍ରସ୍ତୁତ କରି ରୁଆ ବେଉଷା ଅପେକ୍ଷାରେ ଥିବା ବେଳେ ଚାଷ ଜମି ବାଲିଚର ହେବା ସହ ଚଳିତ ବନ୍ୟା ସ୍ଥିତି ଯୋଗୁଁ ଚାଷ କାମ ବେଶ ପ୍ରଭାବିତ ହୋଇଥିବା ଅଭିଯୋଗ ହୋଇଛି ।

କଳାହାଣ୍ଡିରୁ ଅଜିତ୍‌ ସିଂ, ଇଟିଭି ଭାରତ

ABOUT THE AUTHOR

...view details