ଓଡିଶା

odisha

ETV Bharat / state

କ୍ୟାପିଟାଲଠୁ ବଳିଗଲା କି କଳାହାଣ୍ଡିର ପ୍ରଦୂଷଣ ?

ରାସ୍ତା ପ୍ରଶସ୍ତିକରଣ ନାଁରେ ବର୍ଷ ବର୍ଷ ଧରି ଚାଲିଛି ରାସ୍ତାକାମ । ହେଲେ ସାଧାରଣ ଲୋକଙ୍କ ସ୍ବାସ୍ଥ୍ୟକୁ କରାଯାଉଛି ପୁରା ଅଣଦେଖା । ଯାହାକୁ ନେଇ ରାଜରାସ୍ତାରେ ଲୋକ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

By

Published : May 9, 2019, 11:52 AM IST

ଭବାନୀପାଟଣା: ମୁହଁରେ ମାକ୍ସ । ନୂଆବହୁ ପରି ମହିଳାଙ୍କୁ ବି ଓଢଣୀରେ ମୁହଁକୁ ଢାଙ୍କି ଚାଲିବାକୁ ପଡୁଛି । ଲାଗୁଛି ସତେ ଯେମିତି ଖରା ତାତିରେ ଅସହ୍ୟ ଜୀବନ । ହେଲେ ଏଠି ନା ଅଛି ଖରାର ଭୟ । ନା ସ୍ବାଇନ ଫ୍ଲୁର । ନିର୍ମାଣଧିନ ରାସ୍ତାର ଧୂଳିଗୁଣ୍ଡରେ ହିଁ ହନ୍ତସନ୍ତ କଳାହାଣ୍ଡି ବାସିନ୍ଦା ।

ଭବାନୀପାଟଣା ଦେଇ ଯାଇଛି 6 ନମ୍ବର ରାଜ୍ୟ ରାଜପଥ । ବିଭିନ୍ନ ସ୍ଥାନରେ ଚାଲିଛି ରାସ୍ତାକାମ ।
ଦିନେ କି ଦୁଇ ଦିନ ନୁହେଁ, ବର୍ଷ ବର୍ଷ ଧରି ପ୍ରଶସ୍ତିକରଣ ନାଁରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ନିର୍ମାଣଧିନ ଅବସ୍ଥାରେ ରହିଛି ରାଜରାସ୍ତା । ଆଉ ରାସ୍ତାରୁ ବାହାରିଥିବା ଧୂଳି ଦିଲ୍ଲୀର ପ୍ରଦୂଷଣରୁ ବି ବେଶ ଅଧିକ ପରି ମନେ ହେଉଛି । ଏପଟେ କିନ୍ତୁ ସାଧାରଣ ଲୋକଙ୍କ ସ୍ବାସ୍ଥ୍ୟକୁ ଆଖିଆଗରେ ରଖି ରାସ୍ତାରେ ପାଣି ଛିଞ୍ଚନ ବି କରାଯାଉନଥିବା ଅଭିଯୋଗ ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

ରାସ୍ତାରୁ ବାହାରୁଥିବା ଧୂଳିଗୁଣ୍ଡର ଇଫେକ୍ଟ ବେଶ ସାଙ୍ଘାତିକ । ରାସ୍ତାର ଉଭୟ ପାର୍ଶ୍ବରେ ଥିବା ଘରଦ୍ବାର ଏବଂ ବୃକ୍ଷଲତାରେ ଧୂଳିର ଏକ ଆବରଣ ଢାଙ୍କି ହୋଇଯାଇଛି । ବହୁ ଲୋକ ଜଣ୍ଡିସରେ ଆକ୍ରାନ୍ତ ବି ହେଲେଣି । ଏନେଇ ବିଭିନ୍ନ ସମୟରେ ପ୍ରଶାସନକୁ ଅବଗତ କରିଥିଲେ କଳାହାଣ୍ଡି ବାସିନ୍ଦା । ହେଲେ ଫଳ ଶୂନ । ଶେଷରେ ବାଧ୍ୟ ହୋଇ ସାଧାରଣ ଲୋକ ରାଜରାସ୍ତାରେ ପ୍ରତିବାଦ କରିଛନ୍ତି । ଆଗକୁ ଏହାର ସମାଧାନ ନହେଲେ, ଆନ୍ଦୋଳନ ଭୟାବହ କରିବାକୁ ଚେତାବନୀ ବି ଦେଇଛନ୍ତି ।

କଳାହାଣ୍ଡିରୁ ଅଜିତ ସିଂହ, ଇଟିଭି ଭାରତ

ABOUT THE AUTHOR

...view details