ଓଡିଶା

odisha

By

Published : Apr 12, 2022, 10:52 PM IST

ETV Bharat / state

ପୁରୁଣା ପେନସନ ନୀତି ଲାଗୁ ଦାବିରେ ସରକାରୀ କର୍ମଚାରୀଙ୍କ ବିକ୍ଷୋଭ

ପୁରୁଣା ପେନସନ ନୀତି ଲାଗୁ ଦାବିରେ ରାଜରାସ୍ତାକୁ ଓହ୍ଲାଇଲେ ସରକାରୀ କର୍ମଚାରୀ । କଳାହାଣ୍ଡିରେ ସରକାରୀ କର୍ମଚାରୀଙ୍କ ବିକ୍ଷୋଭ ପ୍ରଦର୍ଶନ । ଅଧିକ ପଢନ୍ତୁ

ପୁରୁଣା ପେନସନ ନୀତି ଲାଗୁ ଦାବିରେ ସରକାରୀ କର୍ମଚାରୀଙ୍କ ବିକ୍ଷୋଭ
ପୁରୁଣା ପେନସନ ନୀତି ଲାଗୁ ଦାବିରେ ସରକାରୀ କର୍ମଚାରୀଙ୍କ ବିକ୍ଷୋଭ

ଭବାନୀପାଟଣା: ପୁରୁଣା ପେନସନ ନୀତି ଲାଗୁ ଦାବିରେ ରାଜରାସ୍ତାକୁ ଓହ୍ଲାଇଲେ ସରକାରୀ କର୍ମଚାରୀ । ନୂତନ ପେନସନ ବ୍ୟବସ୍ଥା-୨୦୦୫ କୁ ଉଚ୍ଛେଦ କରି ପୁରୁଣା ପେନସନ ବ୍ୟବସ୍ଥା ଲାଗୁ କରିବାକୁ ଦାବି କରିଛନ୍ତି । ଆଜି(ମଙ୍ଗଳବାର) କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଉପଖଣ୍ଡ ଶିକ୍ଷକ ସଂଘ, VAW, ନର୍ସିଂ ସଂଗଠନ, ରାଜସ୍ଵ ଅମଲା ସଙ୍ଘ ମିଳିତ ଭାବେ ସ୍ଥାନୀୟ ଭଣ୍ଡାର ଘରଣୀ ମନ୍ଦିର ଠାରୁ ବିରାଟ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଛନ୍ତି ।

ପୁରୁଣା ପେନସନ ନୀତି ଲାଗୁ ଦାବିରେ ସରକାରୀ କର୍ମଚାରୀଙ୍କ ବିକ୍ଷୋଭ

ତେବେ ଏହି ସଂଗଠନ ସହର ପରିକ୍ରମା ପରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି । ୧.୧.୨୦୦୫ ମସିହାରେ ନୂତନ ପେନସନ ସ୍କିମ ଲାଗୁ ହେବା ପରଠାରୁ ଚାକିରି କରୁଥିବା ସମସ୍ତ କର୍ମଚାରୀଙ୍କ ଜମା ଅର୍ଥରାଶି NSDL ଦ୍ୱାରା ସେୟାର ବଜାରରେ ନିବେଶ କରାଯାଉଛି । ଫଳରେ ଜମା ଅର୍ଥରାଶିର ନିବେଶ କରଯୁକ୍ତ ରହିଛି, ଯଦ୍ୱାରା ୩୦ ବର୍ଷ ଚାକିରି କାଳ ଅତିବାହିତ କରି ଅବସର ଗ୍ରହଣ କଲାପରେ ମଧ୍ୟ ଜଣେ କର୍ମଚାରୀ ହଜାରେ, ବାରଶହ ତ ଆଉ କିଏ ମାତ୍ର ଦୁଇହଜାର ପେନସନ ପାଉଛନ୍ତି ।

ତେବେ ଅବସର ଜୀବନରେ ଏହି ଟଙ୍କା ସମୁଦ୍ରକୁ ଶଙ୍ଖେ ସଦୃଶ ବୋଲି ଶିକ୍ଷକମାନେ ଅଭିଯୋଗ କରିଛନ୍ତି । ତେଣୁ ରାଜ୍ୟ ସରକାର ନୂତନ ପେନସନ ନୀତିକୁ ଉଚ୍ଛେଦ କରି ପୁରୁଣା ପେନସନ ବ୍ୟବସ୍ଥା ଲାଗୁ କରିବା ପାଇଁ ଧର୍ମଗଡ ଉପଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଯାଇଛି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ABOUT THE AUTHOR

...view details