ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ନିକଟସ୍ଥ କୁସା ଡୁଙ୍ଗରି ସ୍ଥିତ ପର୍ଯ୍ୟବେକ୍ଷଣ ଗୃହ ପରିସରରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ‘ବେଟି ବଚାଓ ବେଟି ପଢ଼ାଓ’ ସପ୍ତାହ ତଥା ଜାତୀୟ ଶିଶୁ କନ୍ୟା ଦିବସ ପାଳିତ ହୋଇଯାଇଛି।
କଳାହାଣ୍ଡିରେ ପାଳିତ ହେଲା ‘ଶିଶୁ କନ୍ୟା ଦିବସ’ - kalahandi news
କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ନିକଟସ୍ଥ କୁସା ଡୁଙ୍ଗରି ସ୍ଥିତ ପର୍ଯ୍ୟବେକ୍ଷଣ ଗୃହ ପରିସରରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ‘ବେଟି ବଚାଓ ବେଟି ପଢ଼ାଓ’ ସପ୍ତାହ ତଥା ଜାତୀୟ ଶିଶୁ କନ୍ୟା ଦିବସ ପାଳିତ ହୋଇଯାଇଛି। ଅଧିକ ପଢନ୍ତୁ...
କଳାହାଣ୍ଡିରେ ପାଳିତ ହେଲା ‘ଶିଶୁ କନ୍ୟା ଦିବସ’
ଜିଲ୍ଲାପାଳ ଗଭାଳି ପରାଗ ହର୍ଷଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧକ୍ଷ୍ୟା ନମିତା ରାଣୀ ସାହୁ ଯୋଗ ଦେଇଥିଲେ । ଏହାସହ ସମ୍ମାନୀତ ଅତିଥି ଭାବରେ ଆରକ୍ଷୀ ଅଧିକ୍ଷକ ଶ୍ରବଣ ବିବେକ, ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ଶ୍ରୀଚନ୍ଦନ ଯୋଗ ଦେଇଥିଲେ। ଝିଅ ମାନେ ସମୃଦ୍ଧ ହେଲେ ତାଙ୍କ ପ୍ରଗତିରେ ଦେଶର ପ୍ରଗତି ହୋଇପାରିବ। ଦେଶର ପ୍ରଗତିରେ ବାଳିକା ଶିକ୍ଷାର ଆବଶ୍ୟକତା ରହିଛି ବୋଲି ଉପସ୍ଥିତ ଅତିଥି ମାନେ ମତ ବ୍ୟକ୍ତ କରିଥିଲେ।
କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ